ସ୍ୱାମୀ ସାଜିଲା ସଇତାନ

ଯାଜପୁର ,(ଯୁଗାବ୍ଦ ନ୍ୟୁଜ୍) : ୨୧ ତାରିଖ ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଗଳାକାଟି ହତ୍ୟା ଘଟଣାର ଆଠ ଦିନ ପରେ ଅଭିଯୁକ୍ତକୁୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଜଣେ ମହିଳାଙ୍କୁ କିଏ ମାରିଲା ତାହା କୁ ନେଇ କଳ୍ପନା ଜଳ୍ପନା ଚାଲିଥିଲା ବେଳେ ତାହାର ଅନ୍ତ ଘଟିଛି ।ଅଭିଯୁକ୍ତ ଜଣକ ମହିଳାଙ୍କ ସ୍ୱାମୀ ଦିଗମ୍ବର ଦଳାଇ ବୋଲି ଜଣାପଡିଛି । ଏଭଳି ଏକ ହତ୍ୟା ଘଟଣା ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଗୁଣ୍ଡୁରିପଡା ଗ୍ରାମରେ ୨୧ ତାରିଖ ଦିନ ବିଳମ୍ବିତ ରାତିରେ ଘଟିଥିଲା । ମିଳିଥିବା ସୂଚନା ଅନୁଯାୟୀ ସ୍ତ୍ରୀ ରିତାରାଣୀ ପ୍ରତିଦିନ ସ୍ୱାମୀଙ୍କ ବାପା ଓ ମା ସହିତ କଳହ କରୁଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇ ସ୍ୱାମୀ ଦିଗମ୍ବର ଦଳାଇ ୨୧ ତାରିଖ ବିଳମ୍ବିତ ରାତିରେ ଏକୁଟିଆ ଆସି ତାଙ୍କ ସ୍ତ୍ରୀ ରିତାରାଣୀଙ୍କୁ ତକିଆରେ ମାଡି ବସି ଅଣନିଶ୍ୱାସୀ କରି ହତ୍ୟା କରିବା ପରେ ପୁଣୀ ଘର ବାହାରକୁ ନେଇ ନେଇ ସ୍ୱାମୀ ସ୍ତ୍ରୀର ଗଳାକାଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ।ହତ୍ୟାକାଣ୍ଡ ପରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଥିଲେ । ମୋବାଇଲ ଟ୍ରାକିଂ କରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ହୋଇଥିବା ତକିଆ ଓ ଛୁରୀ ସମେତ ୨ ଟି ମୋବାଇଲ ଜବତ କରିଥିବା ଜଣାପଡିଛି । ମଙ୍ଗଳବାର ଦିନ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏ ସ ଡି ପି ଓ ରବିନ୍ଦ୍ର କୁମାର ଜେନା ସୂଚନା ଦେବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ