ସ୍ୱାମୀ ସ୍ତ୍ରୀଙ୍କୁ ମରଣାତ୍ମକ ଆକ୍ରମଣ

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ କହରାପୋଖରୀ ବଜାର ଠାରେ ଦମ୍ପତିଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ନିକଟ ବାହାଦଲପୁର ଗ୍ରାମର ପ୍ରଶାନ୍ତ ମହାନ୍ତି ଏକ ମୋଟରସାଇକେଲ ଯୋଗେ ପତ୍ନୀ ମାମିନା ମହାନ୍ତିଙ୍କୁ ବସାଇ ଜନସେବା କେନ୍ଦ୍ରକୁ ଟଙ୍କା ଉଠାଇବାକୁ ଆସିଥିଲେ । ଠିକ ସେହି ସମୟରେ ସେଠାରେ ଉପସ୍ଥିତ ଥିବା କାଳିଆ ବେହେରା ଓ ଦିବାକର ବେହେରା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଉଭୟଙ୍କୁ ଗାଳିଗୁଲଜ କରିଥିଲେ । ସେମାନଙ୍କ କଥାରେ ପ୍ରଶାନ୍ତ ପ୍ରତିବାଦ କରିବାରୁ ଦୁହେଁ ମିଶି ଉଭୟଙ୍କୁ ଆକ୍ରମଣ କରିଥିଲେ । ଏଥିରେ ପ୍ରଶାନ୍ତ ଆହତ ହୋଇଥିବା ବେଳେ ଥାନାରେ ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ଧମକ ଦେଇ ଅଭିଯୁକ୍ତ ମାନେ ସ୍ଥାନ ଛାଡି ପଳାଇଯାଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପତ୍ନୀ ମାମିନା ପ୍ରଶାନ୍ତଙ୍କୁ ଆଣି ଭଣ୍ଡାରିପୋଖରୀ ମେଡିକାଲରେ ଚିକିତ୍ସା କରିବା ପରେ ପୁଲିସ ନିକଟରେ ଆକ୍ରମଣକାରୀଙ୍କ ନାମରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ