ସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ କାୟାକଳ୍ପ ପ୍ରତିନିଧି ଦଳ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଚାରିଛକ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର କୁ ଏକ ୫ ଜଣିଆ କାୟାକଳ୍ପ ଟିମ୍ ଡଃ.ଜଗଦୀଶ ଚନ୍ଦ୍ର ମିଶ୍ର ଙ୍କ ନେତୃତ୍ୱ ରେ ଆସି ବୁଲି ଦେଖିଛନ୍ତି। ଏହି ଟିମ ସ୍ୱାସ୍ଥ୍ୟକେନ୍ଦ୍ର ବାହାର ଭିତର ପରିସର ବୁଲି ଦେଖିବା ସହିତ ସ୍ୱଚ୍ଛ ପରିବେଶ, ପରିମଳ ,ବର୍ଜ୍ୟବସ୍ତୁ ପରିଚାଳନା, ବିଶୁଦ୍ଧ ପାନୀୟ ଜଳ ର ବ୍ୟବସ୍ଥା, ଶୌଚାଳୟ ,ଅଗ୍ନି ନିରୋଧକ ବ୍ୟବସ୍ଥା ,ବର୍ହି ବିଭାଗ ,ଅନ୍ତଃ ବିଭାଗ ,ନିରାମୟ କେନ୍ଦ୍ର ,ସ୍ତ୍ରୀ ଓ ପ୍ରସୂତି ବିଭାଗ ,ହର୍ବାଲ ଗାର୍ଡେନ,ଶିଶୁ ଉଦ୍ୟାନ ଆଦି ବୁଲି ଦେଖିଥିଲେ ।ଭିତ୍ତିଭୂମି ରେ ଥିବା ସମସ୍ତ କାର୍ଯ୍ୟକୁ ଠିକ୍ ଭାବେ ପରିଚାଳନା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ଏହି ପରିଦର୍ଶନ ସମୟରେ ସ୍ବାସ୍ଥ୍ୟକେନ୍ଦ୍ର ର ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରଶାନ୍ତ କୁମାର ସାମନ୍ତରାୟ ,ଡଃ ମହେଶ ମହାପାତ୍ର ,ଡଃ ଅଭିନନ୍ଦନ ମହାପାତ୍ର ,ଡଃ ସୋନାଲି ପଟ୍ଟନାୟକ, ଡଃ ବିଭୂତି ମିଶ୍ର ,ଡଃ ଫୁଲକ୍ ନାୟକ , ବିପିଏମ୍ ଶିବ ନାରାୟଣ ନନ୍ଦ , ବିପିଏମ ଆଶୁତୋଷ ମିଶ୍ର ,ଜନସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସଂଯୁକ୍ତା ପ୍ରଧାନଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।ପ୍ରକାଶ ଥାଉ କି ଏହି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଟି ଜିଲ୍ଲାର ଫାଷ୍ଟ୍ ରେଫରାଲ୍ ସ୍ବାସ୍ଥ୍ୟକେନ୍ଦ୍ର ଭାବେ ମାନ୍ୟତା ପାଇଛି ।ଏହି ଡାକ୍ତରଖାନା କୁ ଗୋପ ,ନିମାପଡ଼ା, ନିଆଳି ,କାକଟପୁର ,ଅସ୍ତରଙ୍ଗ, ଜଗସିଂହପୁର ଆଦି ଅଞ୍ଚଳରୁ ହଜାର ହଜାର ରୋଗୀ ଚିକିତ୍ସା ପାଇଁ ଆସିଥାନ୍ତି ।ମାତ୍ର ସ୍ବାସ୍ଥ୍ୟ କେନ୍ଦ୍ରରେ ୭ ଟି ବିଶେଷଜ୍ଞ ପଦବୀ ରହିଥିବା ବେଳେ କୌଣସି ଗୋଟିଏ ବିଭାଗର ବିଶେଷଜ୍ଞ ଡାକ୍ତର ନାହାନ୍ତି ।ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ନ ଥିବାରୁ ରୋଗୀମାନେ ନିକଟସ୍ଥ ନର୍ସିଂ ହୋମ କୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି ।କାୟାକଳ୍ପ ପ୍ରତିନିଧି ଦଳ ଏହି ସ୍ବାସ୍ଥ୍ୟ କେନ୍ଦ୍ର କୁ ବାରଂବାର ବୁଲିବାକୁ ଆସି ଉପର ଚକ୍ ଚକ୍ ଭିତରେ ଫମ୍ପା ଦେଖୁଥିଲେ ମଧ୍ୟ ସରକାର ଙ୍କୁ କୌଣସି ସମସ୍ୟା ସମ୍ପର୍କ ରେ ତଥ୍ୟ ପ୍ରଦାନ କରୁନାହାନ୍ତି । ଏଣୁ ଏହା ଖାଲି ଲୋକ ଦେଖାନିଆ କାର୍ଯ୍ୟ ବୋଲି କହିଛନ୍ତି କଂଗ୍ରେସ ର ଯୁବନେତା କେଶବ ପ୍ରଧାନ। ସ୍ବାସ୍ଥ୍ୟକେନ୍ଦ୍ର ରେ ଚାଲୁଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିମ୍ନମାନର ଓ ସ୍ବାସ୍ଥ୍ୟକେନ୍ଦ୍ର ଛାତରୁ ପାଣି ଗଳୁଥିବା ଜାଣି ମଧ୍ୟ କେହି କିଛି ଏ ସମ୍ପର୍କ ରେ ପ୍ରତିନିଧି ଦଳ ଆଗରେ କହି ନଥିବାରୁ ପ୍ରତିନିଧି ଦଳ ଆସି ବୁଲିବା ଏକ ପ୍ରହସନ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସ୍ବାସ୍ଥ୍ୟ କେନ୍ଦ୍ର ର ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।