ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଫାଟକ କାର୍ଯ୍ୟ ତୁରନ୍ତ ସାରିବାକୁ ଦାବି

କଣାସ (ଜୁଗାବ୍ଦ ନ୍ୟୁଜ୍‍): କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକ ନିର୍ମାଣ ପାଇଁ ୩ ଲକ୍ଷରୁ ଊଦ୍ଧ୍ୱର୍ ଅର୍ଥ ବରାଦ କରାଯାଇ ଦୀର୍ଘ ୧ ମାସ ହେଲା ଫାଟକ ନିର୍ମାଣ ଚାଲିଛି । ଏହି କାର୍ଯ୍ୟ ପାଇଁ ନିଯୁକ୍ତ ଠିକାଦାର ମନ୍ଥର ଗତିରେ କାମ କରୁଥିବା ଜଣାପଡ଼ିଛି । ଫାଟକ କାମ ଶେଷ ହେଉନଥିବାରୁ ଫାଟକ ପାଇଁ ଖୋଳାଯାଇଥିବା ଖମାରେ ପଡି ରୋଗୀ ଓ ରୋଗୀ ସମ୍ପର୍କୀୟ ଗୁରୁତର ଆହତ ହେଉଛନ୍ତି । ଫାଟକ ନିର୍ମାଣ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ସରୋଜ କୁମାର ପଣ୍ଡା କହିଛନ୍ତି ଉକ୍ତ କାମକୁ ଏନ୍ଏଚ୍ଆର୍ ବିଭାଗକୁ ଦିଆଯାଇଛି । ଏନ୍ଏଚ୍ଆର୍ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ନିଯୁକ୍ତ ଠିକାଦାର କାର୍ଯ୍ୟ କରିବାରେ ବିଳମ୍ବ କରୁଛି । ଆମେ ଏଥିପ୍ରତି ଦୃଷ୍ଟି ଦେଉଛୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ