ସ୍ୱାସ୍ଥ୍ୟସେବା ଚେରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ କମ୍ବଳ ବଣ୍ଟନ
ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦୀର୍ଘବର୍ଷଧରି ରୋଗୀସେବାକୁ ପ୍ରାଧାନ୍ୟ ଦେଇ ଆସୁଥିବା ବାଲେଶ୍ୱର ସ୍ୱାସ୍ଥ୍ୟସେବା ଚେରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ସଭାନେତ୍ରୀ ଡା. ମୀରାପତିଙ୍କ ନେତୃତ୍ୱରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଭେଷଜ, ଶଲ୍ୟ, ଯକ୍ଷ୍ମା, ଛାତିରୋଗ ଓ ଅନ୍ୟାନ୍ୟ ୱାର୍ଡ଼ରେ ଦୁଃସ୍ଥ ରୋଗୀମାନଙ୍କୁ ସଂପାଦକ ବିଶିଷ୍ଟ ଶିକ୍ଷାବିତ୍ ଅନନ୍ତ କୁମାର ପ୍ରଧାନଙ୍କ ଉପସ୍ଥିତିରେ ୧୪୦ଟି କମ୍ବଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ସୁଶାନ୍ତ କୁମାର ନାୟକ ଶୁଭ ଉଦ୍ଘାଟନ କରିଥିଲେ । ଟ୍ରଷ୍ଟର ସଦସ୍ୟ ଦୀନବନ୍ଧୁ ଲେଙ୍କା, ରବୀନ୍ଦ୍ର ପ୍ରହରାଜ, ଭାସ୍କର ବାରିକ, ରବି ପାଣିଗ୍ରାହୀ, ପୁରସ୍ତମ ବେହେରା ଓ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ । ଡାକ୍ତରଖାନାର କର୍ମଚାରୀ ମୀରା ଲେଙ୍କା ଓ ଅନ୍ୟାନ୍ୟ କର୍ମଚାରୀମାନେ ପ୍ରତି ୱାର୍ଡ଼ର ଦୁଃସ୍ଥ ରୋଗୀମାନଙ୍କୁ ଚିହ୍ନଟ କରିବାରେ ସହାୟତା କରିଥିଲେ । ଶୀତ ପ୍ରକୋପ ବଢ଼ିଥିବାବେଳେ ଦୁଃସ୍ଥ, ଅସହାୟ ରୋଗୀମାନେ କମ୍ବଳ ପାଇବାପରେ ଅନୁଷ୍ଠାନକୁ କୃତଜ୍ଞତା ଜଣାଇଥିଲେ ।