ସ୍ୱାସ୍ଥ୍ୟସେବା ସଂପର୍କରେ ବିଧାନସଭା କମିଟିର ଅଧ୍ୟକ୍ଷଙ୍କ ସହ : କ୍ରିୟାନୁଷ୍ଠାନ କମିଟିର ସାକ୍ଷାତକାର

ବାଲେଶ୍ୱର, (ସରୋଜ ପଣ୍ଡା) :-ବିଧାନସଭା ସ୍ଥାୟୀ କମିଟି ୫ର ଅଧ୍ୟକ୍ଷ ଭାବେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ ସ୍ୱାସ୍ଥ୍ୟବିଭାଗର ଦାୟିତ୍ୱ ନେଇଥିବାରୁ ମେଡିକାଲ କଲେଜ୍ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତାମାନେ ବିଧାୟକଙ୍କୁ ରବିବାରଦିନ ସାକ୍ଷାତ କରି ଅଭିନନ୍ଦନ ଜଣାଇବା ସହ ବାଲେଶ୍ୱର ଜିଲ୍ଲା ସରକାରୀ ସ୍ୱାସ୍ଥ୍ୟସେବା ଜନସାଧାରଣଙ୍କୁ ଯୋଗାଇଦେବାରେ ଥିବା ତ୍ରୁଟିଗୁଡ଼ିକର ସମାଧାନ ପାଇଁ ଆଲୋଚନା କରିଥିଲେ । ମେଡିକାଲ୍ କଲେଜ୍ ହସପିଟାଲ ସମେତ ଜିଲ୍ଲାର ବହୁ ଡାକ୍ତରଖାନାରେ ମଞ୍ଜୁରୀପ୍ରାପ୍ତ ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀ ପଦବୀ ଖାଲି ପଡ଼ିଥିବାର ଘଟଣା ବିଧାୟକଙ୍କୁ ଅବଗତ କରାଇଥିଲେ । କଟକ ମେଡିକାଲ୍ କଲେଜ ପରେ ବାଲେଶ୍ୱର ମେଡିକାଲ୍ କଲେଜ୍ ହସପିଟାଲରେ ସର୍ବାଧିକ ରୋଗୀ ଚିକିତ୍ସା ପାଇଁ ବହିର୍ବିଭାଗରେ ପଞ୍ଜିକରଣ କରୁଥିବାରୁ ସ୍ୱାସ୍ଥ୍ୟବିଭାଗ ବାଲେଶ୍ୱର ପ୍ରତି ଉପଯୁକ୍ତ ଧ୍ୟାନ ଦେବାକୁ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧିମାନେ ଦାବି କରିଥିଲେ । ମେଡିକାଲ କଲେଜର ଡାକ୍ତରୀ ଶିକ୍ଷାର୍ଥୀମାନଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ କଲେଜ୍ ମୁଖ୍ୟ ପ୍ରଶାସକଙ୍କ ଅସହଯୋଗ କାରଣରୁ ଛାତ୍ରଛାତ୍ରୀମାନେ ବହୁବାର ପ୍ରତିବାଦ ଆନ୍ଦୋଳନ କରୁଛନ୍ତି । ତେଣୁ ଛାତ୍ରଛାତ୍ରୀମାନଙ୍କ ସମସ୍ୟା ଓ ରୋଗୀ ସେବାରେ ଥିବା ସମସ୍ୟାଗୁଡ଼ିକର ସୁସମାଧାନ ପାଇଁ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟସେବାରେ ଥିବା ସଂପୃକ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷମାନଙ୍କର ଏକ ମିଳିତ ବୈଠକରେ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧିମାନଙ୍କୁ ଆହ୍ୱାନ କରିବାକୁ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ଆସନ୍ତା ୧୫ ତାରିଖ ପରେ ଏଥିପାଇଁ ଏକ ସ୍ୱତନ୍ତ୍ର ବୈଠକ ଆହ୍ୱାନ ପାଇଁ ବିଧାୟକ ସହମତି ପ୍ରକାଶ କରିଥିବା ସଂପର୍କରେ କ୍ରିୟାନୁଷ୍ଠାନ ପକ୍ଷରୁ କୁହାଯାଇଛି । ଏହି ସାକ୍ଷାତ ଆଲୋଚନାରେ କ୍ରିୟାନୁଷ୍ଠାନ କମିଟିର ଜିଲ୍ଲା ସଭାନେତ୍ରୀ ମମତା ମହାପାତ୍ର, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ପରିଡ଼ା, ସାଧାରଣ ସଂପାଦକ ପ୍ରଦୀପ ଦାସ, କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସଙ୍କ ସମେତ ବରିଷ୍ଠ ସଦସ୍ୟ ଇଂ. ବନମାଳୀ ନାୟକ, ଗୌରାଙ୍ଗ ପାଣିଗ୍ରାହୀ ଓ ଡାକ୍ତର ବିଭୁତି ଭୂଷଣ ମହାପାତ୍ର ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ