‘ସ୍ୱାସ୍ଥ୍ୟସେବା ସହାୟକ ଚେରିଟେବୁଲ ଟ୍ରଷ୍ଟ’ ପକ୍ଷରୁ କରୋନା ସଚେତନତା
ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲା‘ସ୍ୱାସ୍ଥ୍ୟସେବା ସହାୟକ ଚେରିଟେବୁଲ୍ ଟ୍ରଷ୍ଟ’ ପକ୍ଷରୁ ସଭାନେତ୍ରୀ ଡା. ମୀରା ପତିଙ୍କ ପୌରୋହିତ୍ୟରେ ଜନସାଧାରଣଙ୍କ ମଧ୍ୟରେ ତୁଣ୍ଡି ଓ ବିଶୋଧନ ଦ୍ରବଣ ବଣ୍ଟନ ସହ କରୋନା ସଚେତନତା କାର୍ଯ୍ୟକ୍ରମ ଜିଲା ମୁଖ୍ୟ ଚିକତ୍ସାଳୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ବାଲେଶ୍ୱର ଅତିରିକ୍ତ ଜିଲା ସ୍ୱାସ୍ଥ୍ୟାଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର ଉଦଘାଟନ କରିଥିଲେ । ଟ୍ରଷ୍ଟର ସମ୍ପାଦକ ପଫେସର ଅନନ୍ତ କୁମାର ପ୍ରଧାନ, କାର୍ଯ୍ୟକାରୀ ସଭାପତି ହରେନ୍ଦ୍ର କୁମାର କର, ଆଜୀବନ ସଦସ୍ୟ ରବି ପାଣିଗ୍ରାହୀ, ରବୀନ୍ଦ୍ର ନାଥ ଦେ, କବି ଦୀନବନ୍ଧୁ ଲେଙ୍କା, ରତ୍ନାକର ଦାସ, ସୁଶାନ୍ତ କୁମାର ଦତ୍ତ, ଭାସ୍କର ଚନ୍ଦ୍ର ବାରିକଙ୍କ ସମେତ ପୁରୁଷୋତ୍ତମ ବେହେରା ଓ ନବକୃଷ୍ଣ ପୋଥାଳ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।