ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ବାଇକ-ଆମ୍ବୁଲାନ୍ସ ଉଦଘାଟନ

ଯୋଡ଼ା : କାଳିମାଟି ସ୍‌ôାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ବାଇକ ଆମ୍ବୁଲାନ୍ସ ର ଉଦଘାଟିତ ହୋଇଯାଇଛି । ଏଥିରେ କାଳିମାଟି ସରପନ୍‌ଚ ତ୍ରିବନ ଗାଗରାଇ, ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସ୍ୟାଧିକାରୀ ଲକ୍ଷ୍ମୀକାନ୍ତ ସିଂ, ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳକ ଦେବାଶିଷ ମହାନ୍ତ, କାଳିମାଟି ସ୍ୱାସ୍ଥ୍ୟଓ ଆରୋଗ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସ୍ୟାଧିକାରୀ ରମଣିରଂଜନ ପାତ୍ର, ସ୍ୱାସ୍ଥ୍ୟ ପରିଦର୍ଶକ ଅଚ୍ୟୁତାନନ୍ଦ ପାତ୍ର, ଫେକାର ସଂପାଦକ ସୁଶୀଲ କୁମାର ପରିଡ଼ା, ଷ୍ଟାପନର୍ସ ମଧୁସ୍ମିତା ବେହେରା .ପ୍ରମୁଖ ଉପସ୍ଥିତରହି ବାଇକ ଆମ୍ବୁଳାନ୍ସକୁ ଉଦଘାଟନ କରିଥିଲେ । ଅଂଚଳରେ ମା ଓ ଶିଶୁ ମୃତ୍ୟୁହାର କୁ ହ୍ରାସ କରିବାରେ ସହାୟକ ହେବା ସହିତ ସୁରକ୍ଷିତ ଭାବେ ଗର୍ଭବତୀ ମା ମାନେ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଁଚିପାରିବେ ବୋଲି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଡ଼ାକ୍ତର ରମଣୀରଂଜନ ପାତ୍ର ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ