ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ପ୍ରସୂତୀ କକ୍ଷ ଉଦଘାଟିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଗାରାବନ୍ଧ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ପ୍ରସୂତୀ କକ୍ଷ ଉଦଘାଟିତ ହୋଇଯାଇଛି । ଆୟୋଜିତ ଉଦ୍ଘାଟିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ଯୋଗ ଦେଇ ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ସିଡିଏମ୍ଓ ଶ୍ରୀ ପାତ୍ର କହିଛନ୍ତି ଯେ, ଜିଲ୍ଲାର ଗ୍ରାମାଞ୍ଚଳରେ ରହୁଥିବା ଗର୍ଭବତୀ ମହିଳାମାନଙ୍କ ପ୍ରସୂତୀଜନିତ ସମସ୍ୟା ଯେପରି ନ ନଘଟେ ସେନେଇ ଗ୍ରାମାଞ୍ଚଳ ରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ଏପରି ସୁବିଧା କରାଯାଉଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୋଷାଣୀ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳମାଧବ ମାଝୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ପତିତପାବନ ବାରିକ, ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ପାତ୍ର (ଆୟୁଷ, ଗାରାବନ୍ଧ ) ଏବଂ ସମସ୍ତ କର୍ମଚାରୀ ଓ ସ୍ୱାସ୍ଥ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।


