ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଦିବସ ଓ ହନୁମାନ ଜୟନ୍ତୀ ପାଳନ 

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ମେଡିକାଲରେ ଏପ୍ରିଲ ୧୪ ତାରିଖ ଦିନ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଦିବସ ଓ ହନୁମାନ ଜୟନ୍ତୀ ପାଳନ ହୋଇଯାଇଛି । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ) ନାମରେ ମାଣିତରାରେ ପ୍ରଥମେ ଡାକ୍ତରଖାନା ସ୍ଥାପନ ହୋଇଥିଲା । ବର୍ତ୍ତମାନର ମାନ୍ୟବର ବାଚସ୍ପତି ତଥା ସେହି ସମୟର ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ମହୋଦୟ ମାଣିତରା ମେଡିକାଲ ଉଦଘାଟନ କରିଥିଲେ। ୨୦୧୯ ମସିହା ଏପ୍ରିଲ ୧୪ ତାରିଖ ଦିନ ମାଣିତରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନାମ ପରିବର୍ତ୍ତନ ହୋଇ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ନାମରେ ନାମିତ ହୋଇଥିଲା। ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ନାମିତ ହୋଇ ତିନି ବର୍ଷ ପୂର୍ଣ୍ଣ ହୋଇ ଚତୁର୍ଥ ବର୍ଷରେ ପଦାର୍ପଣ କରିଥିବା ଅବସରରେ ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଫାର୍ମାସିଷ୍ଟ ସରୋଜ କୁମାର ପଟ୍ଟନାୟକ, ଟେକିନିସିଆନ କାଳୀ ପ୍ରସାଦ ସାହୁ, ଷ୍ଟାପ ନର୍ସ ଗଙ୍ଗା ସାହାଣୀ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣ ପ୍ରିୟା ପଣ୍ଡା ଯୋଗଦେଇଥିଲେ। କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ସେବା ସୁବିଧା ବିଷୟ ନେଇ ଡାକ୍ତର ଶ୍ରୀ ବିଶ୍ୱାଳ ଓ ଟେକିନିସିଆନ ଶ୍ରୀ ସାହୁ ନିଜର ବକ୍ତବ୍ୟ ଜନସାଧାରଣଙ୍କ ନିକଟରେ ରଖିଥିଲେ। ଏହି ଅବସର ରେ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସର ମଧ୍ୟରେ ପ୍ରତିଷ୍ଠିତ ହନୁମାନ ମୂର୍ତ୍ତି ନିକଟରେ ହନୁମାନ ଜୟନ୍ତୀ ଉପଲକ୍ଷେ ପୂଜାର୍ଚ୍ଚନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ