ସ୍ୱାସ୍ଥ୍ୟ ଓ ଔଷଧ ପତ୍ର କ୍ଷେତ୍ରରେ ଭାରତ ଓ ସୁରିନାମ ମଧ୍ୟରେ ସହଯୋଗ ନେଇ ବୁଝାମଣାପତ୍ରକୁ କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଓ ସୁରିନାମ ମଧ୍ୟରେ ସ୍ୱାସ୍ଥ୍ୟ ଓ ଔଷଧପତ୍ର ସଂକ୍ରାନ୍ତ ସହଯୋଗ ନେଇ ବୁଝାମଣାପତ୍ରକୁ ଅନୁମୋଦନ କରାଯାଇଛି । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ସୁରିନାମ ସାଧାରଣତନ୍ତ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ସ୍ଵାକ୍ଷର ହେବାକୁ ଥିବା ବୁଝାମଣାପତ୍ର ଯୋଗୁଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈଷୟିକ ସହଯୋଗ ଓ ବିକାଶ ବୃଦ୍ଧି ପାଇବ । ଦୁଇ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା ଅଭିଜ୍ଞତାର ଆଦାନପ୍ରଦାନ ଓ ପାରସ୍ପରିକ ସହଯୋଗ ଭିତ୍ତିକ ଗବେଷଣା ଯୋଗୁଁ ଏହା ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ସହାୟକ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ