ସ୍ୱାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀ ଅଭାବ : ରୋଗୀ ହନ୍ତସନ୍ତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ସେବାକୁ ଅତି ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ଚିକିତ୍ସାରେ ଅବହେଳାକୁ ନେଇ ଉତେଜନା । ସୂଚନା ଅନୁସାରେ ଗଜପତି ଜିଲ୍ଲା ଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ରବିବାର ସକାଳ ୧୦ଟା ସମୟରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ନମିଳିବାରୁ ଉତେଜନା ସୃଷ୍ଟି ହଇଥିଲା । ଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଗୋଟିଏ ଡାକ୍ତର ରାଜୀବ ଲୋଚନ ସେନାପତି ହିଁ ନାମ ପଞ୍ଜିକରଣ କରୁଥିଲେ, ସେହି ଡାକ୍ତର ଇଂଜେକସନ ଦେଉଥିଲେ ସେହି ଡାକ୍ତର ଔଷଧ ଦେଉଥିଲେ । ଯାହାଫଳରେ ଅନେକ ରୋଗୀ ଅପେକ୍ଷା କରି ଅଧିକା ଯନ୍ତ୍ରଣା ଅନୁଭବ କରିବା ସହ ଛଟଛଟ ଛୁଆପିଲା ବି ଅପେକ୍ଷା କରିଥିଲେ । ରୋଗୀମାନେ ଉତକ୍ତ ହୋଇ ଉତେଜନା ସୃଷ୍ଟି କରି ଡାକ୍ତରଙ୍କୁ ଷ୍ଟାପ ନର୍ସ କୁଆଡ଼େ ଗଲେ ଓ ନିରାମୟ ଔଷଧ କେନ୍ଦ୍ରରେ ଫାର୍ମାସିଷ୍ଟ ନାହିଁ ବୋଲି ପ୍ରଶ୍ନ କରିଥିଲେ । ବହୁ ବୁଝାସୁଝା ପରେ ନିୟନ୍ତ୍ରଣରେ ରହି ଚିକିତ୍ସା କରାଯାଇଛି । ଏପରି ଘଟଣା ସାଧାରଣରେ ତିପ୍ର ଅସନ୍ତୁଷ୍ଟ ପ୍ରକାଶ ପାଇଛି । ଏନେଇ ଭାରପ୍ରାପ୍ତ ଡ଼ାକ୍ତର ଚିନ୍ମୟଙ୍କ କହିବା ଅନୁଯାୟୀ ଏଠାରେ ଷ୍ଟାପ ନର୍ସ ନିଯୁକ୍ତି ନାହାନ୍ତି ଓ ଡ଼ିଡ଼ିସି ଫାର୍ମାସିଷ୍ଟଙ୍କ ନିଯୁକ୍ତି ନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି । ଏବଂ ଯେଉଁ କାର୍ଯ୍ୟରତ ଷ୍ଟାପ ନର୍ସ ଛୁଟିରେ ଅଛନ୍ତି ତାଙ୍କ ବିରୋଧରେ ଏକ ନୋଟିସ ଜାରି କରାଯାଇଛି ବୋଲି କହିଛନ୍ତି ।