ସ୍ୱାସ୍ଥ୍ୟ କେନ୍ଦ୍ରରେ ମନ୍ତ୍ରୀଙ୍କ ଦ୍ୱାର ଅଲ୍ଟ୍ରାସାଉଣ୍ଡ ମେସିନ ଉଦଘାଟିତ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେପ୍ଟେମ୍ବର ୨୨ ତାରିଖ ଦିନ ଓଡିଶା ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ଅଲ୍ଟ୍ରାସାଉଣ୍ଡ ମେସିନ ଉଦଘାଟିତ ହୋଇଯାଇଛି। ଏଥିସହ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତିର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ରେ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇଥିବା ବେଳେ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ନାରାୟଣ ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା, ପୋଲସରା ଏନଏସି ଅଧ୍ୟକ୍ଷା ସଙ୍ଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ବିଡ଼ିଓ କୈଳାଶ ଚନ୍ଦ୍ର ମୁର୍ମୁ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯ୍ୟୋଧନ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ, ମୋଚିରାମ ସାହୁ ପ୍ରମୁଖ ବୈଠକରେ ଯୋଗଦେଇ ଥିଲେ। ବୈଠକରେ ମେଡ଼ିକାଲରେ ଏକ ପାର୍କ ନିର୍ମାଣ, ଏକ ଡିଜିଟାଲ ଏକ୍ସରେ ମେସିନ ସ୍ଥାପନ, ସଭାଗୃହ ନିର୍ମାଣ, ସୋଲାର ଆଲୋକ ଯୋଗାଣ ପ୍ରଭୃତି ବିଷୟରେ ଆଲୋଚନା ହୋଇ ପ୍ରସ୍ତାବ ଗୃହୀତ ହୋଇଥିଲା। ଏହା ଦ୍ୱାରା ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୌନ୍ଦର୍ଯ୍ୟ କରଣ ସହ ରୋଗୀମାନେ ସୁବିଧା ହୋଇପାରିବ। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସାହୁ ମେଡ଼ିକାଲର ବିଭିନ୍ନ ବିଭାଗ ପରିଦର୍ଶନ କରି ରୋଗୀଙ୍କ ଅଭାବ ଅସୁବିଧା ବୁଝିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ