ସ୍ୱାସ୍ଥ୍ୟ କେନ୍ଦ୍ରରେ ମିଳୁନି ଜଳାନ୍ତକ ଇଞ୍ଜେକସନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୁକୁର କାମୁଡା ପାଇଁ ଜଳାନ୍ତକ ଇଞ୍ଜେକ୍ସନ୍ ରୋଗୀଙ୍କୁ ପ୍ରଦାନ କରାଯାଉ ନାହିଁ । ଏହି ଅସୁବିଧା ବର୍ଷ ବର୍ଷ ଧରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖା ଦେଇଥିଲେ ସୁଦ୍ଧା କୌଣସି ପ୍ରତିକାର କରାଯାଉ ନଥିବାରୁ ଲୋକମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି । ଏ ନେଇ ବହୁ ସମୟରେ ରୋଗୀ ଓ ସେମାନଙ୍କର ସମ୍ପର୍କୀୟମାନେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି । କୁକୁର କାମୁଡା ଇଞ୍ଜେକସନ୍ ନ ମିଳିବା ଫଳରେ ଲୋକେ ବହୁ ଖର୍ଚ୍ଚାନ୍ତ ହୋଇ ବ୍ରହ୍ମପୁର ଓ ପାରଳାଖେମୁଣ୍ଡି ଘରୋଇ ମେଡିକାଲକୁ ଯାଇ ଚିକିତ୍ସିତ ହେଉଛନ୍ତି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ପ୍ରାୟ ୨୦ରୁ ଉର୍ଦ୍ଧ ପଞ୍ଚାୟତବାସୀ ନିର୍ଭର କରୁଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଉଦାସୀନତା ଯୋଗୁଁ ଏଭଳି ପରିସ୍ଥିତ ସୃଷ୍ଟି ହେଉଛି । ଘଟଣା ନେଇ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସା ଅଧିକାରିଣୀ ଡ.ନମୀତା ପଣ୍ଡାଙ୍କୁ ପଚାରିବାରୁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଏ ବିଷୟରେ ଅବଗତ କରାଯାଇଛି । ଏହି ଇଞ୍ଜେକସନ ଆଗାମୀ କିଛି ଦିନ ମଧ୍ୟରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ôଚବ ବୋଲି ଜଣାଇଛନ୍ତି ।