ସ୍ୱାସ୍ଥ୍ୟ କେନ୍ଦ୍ର ରେ ପାଳନ ହୋଇଛି ବିଶ୍ୱ ମେଲରିଆ ଦିବସ
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ସ୍ତାନୀୟ ଗୁଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ସଭା ଗୃହ ରେ ପାଳନ ହୋଇଛି I ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକାରୀଣି ନମିତା ପଣ୍ଡା ଙ୍କ ନିଦେଶକ୍ରମେ ଡାକ୍ତର କିଶୋର ବେହେରା, ଅମୃତରାଜ ଜେନା, ଏମ ଶିଵରାମ, ତ୍ରିଶୂଳ ସେନାପତି ଆଖିଲେସ ପଟ୍ଟନାୟକ, ଫାର୍ମସିଷ୍ଟ କୃଷ୍ଣ ପଟ୍ଟନାୟକ ଏନ ଆର ଏଚ ଏମ କର୍ମଚାରୀ ବିଭୁ ପ୍ରାସାଦ କର, ଟି ମୀନକେତନ, ସାଇ କୁମାର ଲିମା ଏବଂ ବିଭିନ୍ନ ସ୍ୱାସ୍ଥ୍ୟ କର୍ମୀ ଅଙ୍ଗନୱାଡ଼ି, ଆଶା ଦିଦି ଙ୍କ ଉପସ୍ଥିତ ରେ ଏହି ବିଶ୍ୱ ମେଲେରିଆ ଦିବସ ପାଳନ ସହ ଏକ ଶପଥ ପାଠ ହୋଇଥିଲା I ଗାଁ ଗହଳି ର ଲୋକେ ଯେଭଳି ଅଳିଆ ଆବର୍ଜନା ପକାଇ ପାଣି ଜମା କରିବେ ନାହିଁ, କିମ୍ବା କୋଣସୀ ପୁରୁଣା ସାମଗ୍ରୀ ରଖି ବର୍ଷା ପାଣି ରହିଲେ ତାକୁ ଫୋପାଡ଼ିବା ଏବଂ ମେଲେରିଆ ରୋଗ କ’ଣ ଏହାର ଉପଚାର ବିଷୟରେ ଆଲୋଚନା ହୋଇଥିଲା


