ସ୍ୱାସ୍ଥ୍ୟ ପାଇଁ ଉତ୍ତମ ବାସିରୁଟି

ବାସି ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ, ଏହା ପ୍ରାୟ ସମସ୍ତଙ୍କୁ ଜଣା । ଏଣୁ ବଳିପଡ଼ିଥିବା ଖାଦ୍ୟକୁ ଡଷ୍ଟବିନ୍ ପକାଇଦିଆଯାଏ ନଚେତ କେହି କେହି ଗାଈ କିମ୍ବା କୁକୁରକୁ ଖାଇବାକୁ ଦିଅନ୍ତି । ତେବେ ଏ କ୍ଷେତ୍ରରେ ବାସି ରୁଟି ଏକ ବ୍ୟତିକ୍ରମ ।ସ୍ୱାସ୍ଥ୍ୟ ବିଜ୍ଞାନୀଙ୍କ ମତରେ ବାସି ରୁଟି ଖାଇଲେ କିଛି ସମସ୍ୟା ନାହିଁ, ବରଂ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କାରଣ ପାଣି ଓ ଗହମ ଅଟାରେ ରୁଟି ତିଆରି ହେଉଥିବାରୁ ଏହା ଶୀଘ୍ର ଝାଳେଇଯାଏ ନାହିଁ । ଏଥିରେ ଉପକାରୀ ବ୍ୟାକ୍ଟେରିଆ ସୃଷ୍ଟି ହୁଅନ୍ତି, ଯାହା ଶରୀର ପାଇଁ ଭଲ ।
ରାତିରେ ବଳିପଡ଼ିଥିବା ରୁଟି ପର ଦିନ ସକାଳେ ସମସ୍ତେ ଖାଇପାରିବେ ଏବଂ ତିଆରି ହେବାର ବାରରୁ ପନ୍ଦର ଘଣ୍ଟା ମଧରେ ଖାଇଲେ ସମସ୍ୟା ନାହିଁ । ତେବେ ବାସି ରୁଟି ଖାଇବା ଦ୍ୱାରା ମଧୁମେହ ଓ ରକ୍ତ ଚାପ ରୋଗୀଙ୍କୁ ଅଧିକ ଉପକାର ମିଳେ । ସକାଳ ଜଳଖିଆରେ ଥଣ୍ଡା କ୍ଷୀର ସହିତ ବାସି ରୁଟି ଖାଇଲେ ରକ୍ତଚାପ ନିୟନ୍ତ୍ରଣରେ ରହେ । ଏହା ଶରୀରରେ ଶର୍କରାର ସ୍ତରକୁ ସନ୍ତୁଳିତ ରଖିବାକୁ ସମର୍ଥ । ଏଣୁ ମଧୁମେହ ରୋଗୀ ମଧ୍ୟ ଖାଇପାରିବେ । ବାସି ରୁଟିରେ ପୁଷ୍ଟିସାର ଓ ତନ୍ତୁ ଉପାଦାନ ରହିଛି । ନିୟମିତ ଖାଇବା ଦ୍ୱାରା ଶାରୀରିକ ଦୁର୍ବଳତା ଦୂର ହୁଏ । ଏହା ମଧ୍ୟ ଓଜନ ବୃଦ୍ଧିରେ ସହାୟକ ହୁଏ । କ୍ଷୀଣକାୟ ବା ପତଳା ଶରୀରର ବ୍ୟକ୍ତିମାନେ ନିଜର ଓଜନ ବୃଦ୍ଧି ପାଇଁ ବାସି ରୁଟିକୁ ଏକ ବିକଳ୍ପ ଭାବେ ଗ୍ରହଣ କରିପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ