ସ୍ୱାସ୍ଥ୍ୟ ପାଇଁ ଉତ୍ତମ ‘ମକା’

ପାଟିକୁ ସୁଆଦିଆ ଲାଗିବା ସହ ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ମକା । ଭିଟାମିନ୍, ମିନେରାଲ୍ସ ଏବଂ ଅନ୍ୟ ପୋଷକ ତତ୍ତ୍ୱରେ ଭରପୂର ଥିବା ମକା କେବଳ ଓଜନ କମାଇବା ପାଇଁ ନୁହେଁ, ଶରୀରର ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ । ୧୦୦ ଗ୍ରାମ୍ ମକାରେ ୮୬ କ୍ୟାଲୋରି, ୧% ଫ୍ୟାଟ୍, ୦% କାଲେଷ୍ଟ୍ରଲ, ୧୫ମିଲିଗ୍ରାମ ସୋଡିୟମ୍, ୭% ପୋଟାସିୟମ୍, ୬% କାର୍ବୋହାଇଡ୍ରେଟ୍, ୩.୨ ଶର୍କରା, ୬% ପ୍ରୋଟିନ୍ ଇତ୍ୟାଦି ରହିଥାଏ । ଆସନ୍ତୁ ଜାଣିବା ପ୍ରତିଦିନ ମକା ଖାଇବା ଦ୍ୱାରା ଶରୀରକୁ ମିଳୁଥିବା ଫାଇଦା ସମ୍ପର୍କରେ । ୧. ମକାରେ ଭରପୂର ମାତ୍ରରେ ଡାଏଟ୍ରି ଫାଇବର ରହିଥାଏ । ଯାହା ପାଚନକ୍ରିୟାକୁ ସୁସ୍ଥ ରଖିବା ସହ ପେଟଜନିତ ସମସ୍ୟା ଦୂର କରେ । ସନ୍ଧ୍ୟା ସମୟରେ ମକାକୁ ଶିଝାଇ ଆପଣ ଏହାକୁ ଖାଇ ପାରିବେ । ୨.ମକାରେ ଭିଟାମିନ୍ ବି ୧୨, ଆଇରନ୍ ଏବଂ ଫଲିକ୍ ଏସିଡ୍ ରହିଥାଏ । ଯାହା ଲାଲ୍ ରକ୍ତ କାଷିକାକୁ ଉତ୍ପନ୍ନ କରିବାରେ ସାହାଯ୍ୟ କରିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ । ଯଦି ଆପଣ ଆନେମିଆ ରୋଗରେ ପୀଡ଼ତ, ତେବେ ଆଜିଠାରୁ ମକା ଖାଇବା ଆରମ୍ଭ କରନ୍ତୁ । ୩.ମକା ଖାଇବା ଦ୍ୱାରା ଶରୀରକୁ ସାରା ଦିନ କାମ କରିବାର ଶକ୍ତି ମିଳିଥାଏ । ଏଥିରେ କମ୍ପେ୍ଲକ୍ସ କାର୍ବସ୍ ରହିଥାଏ । ଯାହା ଶରୀରକୁ ଅଧିକ ଶକ୍ତି ଯୋଗାଇଥାଏ । ୪. ଓଜନ କମାଇବା ବା ବଢ଼ାଇବା ପାଇଁ ମକା ଖାଇବା ଆରମ୍ଭ କରନ୍ତୁ । ଓଜନ କମାଇବା ପାଇଁ ଚାହୁଁଥିଲେ କେବଳ ସକାଳ ସମୟରେ ହିଁ ମକା ଖାଇବା ସହ ବଢ଼ାଇବା ପାଇଁ ଚାହୁଁଥିଲେ ଦିନକୁ ତିନି ଥର ମକା ଖାଇବା ଆରମ୍ଭ କରନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ