ସ୍ୱାସ୍ଥ୍ୟ ପାଇଁ ଉପକାରୀ କିସମିସ
କିସମିସ ଖାଇବା ଶରୀର ପାଇଁ ଲାଭଦାୟକ ଅଟେ । ଏହାକୁ ଆୟୂର୍ବେଦ ଔଷଧ ମଧ୍ୟ କୁହାଯାଏ । ପ୍ରତିଦିନ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ୪ରୁ ୫ଟି କିସମିସ ଖାଇବା ଦ୍ୱାରା ଶରୀର ଅନେକ ରାଗରୁ ମୁକ୍ତି ମିଳିଥାଏ । ଆସନ୍ତୁ ଜାଣିବା କିସମିସ ଖାଇବା ଦ୍ୱାରା ଶରୀରକୁ କ’ଣ ଲାଭ ମିଳିଥାଏ …
କିସମିସ ଖାଇବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ ଭାବେ େେେେହୋଇଥାଏ । ଯାହାଫଳରେ ମୁହଁର ଚମକ ବୃଦ୍ଧି ପାଇଥାଏ । କିସମିସରେ ଫାଇବର ଅଂଶ ଥିବାରୁ ଏହା ପାଚନ କ୍ରିୟା ମଧ୍ୟ ଠିକ ଭାବେ କରାଇଥାଏ । ଏହାକୁ ନିୟମିତ ଖାଇବା ଦ୍ୱାରା ଥଣ୍ଡା-କାଶରୁ ମଧ୍ୟ ମୁକ୍ତି ମିଳିଥାଏ ।


