ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଆଲୁମିନିୟମ ଜରିରେ ପ୍ୟାକ୍ ହୋଇଥିବା ଖାଦ୍ୟ

ବର୍ତ୍ତମାନ ସମୟରେ ପ୍ଲାଷ୍ଟିକ ଓ ଆଲୁମିନିୟମ ଜରିର ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି । ବିଶେଷକରି ଏଥିରେ ଖାଦ୍ୟ ପ୍ୟାକ୍ କରିବା ଏକ ଟ୍ରେଣ୍ଡରେ ପରିଣତ ହୋଇସାରିଛି । ମାତ୍ର ଆପଣ କ’ଣ ଜାଣନ୍ତି ଆଲୁମିନିୟମ ଜରିରେ ପ୍ୟାକ ଖାଦ୍ୟ ଖାଇବା ଦ୍ୱାରା ଆମ ଶରୀରର ଅଧିକ କ୍ଷତି ହୋଇଥାଏ । ଏ ନେଇ ନ୍ୟୁଟ୍ରେଶନ ଓ ଏକ୍ସରସାଇଜ ବିଜ୍ଞାନ ଗବେଷକ ରଜତ ଦିବାକର ତାଙ୍କ ଫେସବୁକରେ ଏକ ଭିଡିଓରେ ଶେୟାର କରି ଏ ନେଇ ଅନେକ କିଛି କହିଛନ୍ତି । ସେ ପ୍ଲାଷ୍ଟିକ ବିନା ତମ୍ବା ଷ୍ଟିଲ, ମାଟି, କଂସା ଓ ତମ୍ବା ପାତ୍ର ବ୍ୟବହାର କରିବାକୁ କହିଛନ୍ତି । ଘରେ ପ୍ରସ୍ତୁତ ଖାଦ୍ୟରେ ଅଧିକ ପୋଷକ ତତ୍ତ୍ୱ ରହିଥିବା ହେତୁ ତାହାକୁ ଏଭଳି ପାତ୍ରରେ ରଖି ତାହାର ମାନ ନିମ୍ନ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । କାରଣ ଯେତେବେଳେ ଖାଦ୍ୟ ଏହି ପଦାର୍ଥ ସଂସ୍ପର୍ଶରେ ଆସିଥାଏ, ପାତ୍ରରୁ ନିର୍ଗତ କେମିକାଲ ତାହା ଦେହରେ ମିଶିଥାଏ । କେମିକାଲଟି ହେଉଛି ଇଷ୍ଟ୍ରୋଜନ୍ । ଏହା ହର୍ମୋନ ନିର୍ମାଣ ପ୍ରକ୍ରିୟାକୁ ପ୍ରଭାବିତ କରିବା ସହ ଛୋଟପିଲାଙ୍କ ବଢ଼ିବାରେ ବାଧା ସୃଷ୍ଟି କରିଥାଏ । ଏହାଛଡ଼ା ହାଡ ଦୁର୍ବଳ ହେବା, ସ୍ନାୟୁଗୁଡ଼ିକୁ ଖରାପ, ମସ୍ତିଷ୍କର କୋଷଗୁଡ଼ିକ ବୃଦ୍ଧିରେ ବାଧା ଉପୁଜାଇଥାଏ । ଏଣୁ ଖାଦ୍ୟପଦାର୍ଥ ଆଣିବା ନିମନ୍ତେ ଆଲୁମିନିୟମ ଓ ପ୍ଲାଷ୍ଟିକ୍ ବ୍ୟବହାର ବାରମ୍ବାର କରୁଥିଲେ ସାବଧାନ ରୁହନ୍ତୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ