ସ୍ୱାସ୍ଥ୍ୟ ବିଭାଗରେ ସରକାରୀ ଆଦେଶକୁ ବେଖାତିର

ରାୟଗଡା , (ଯୁଗାଦ୍ଦ ନ୍ୟୁଜ) ରାଜ୍ୟସରକାର ଗ୍ରୁପ “ସି” ଓ ଗ୍ରୁପ “ଡି” ଠିକା ( କଣ୍ଟ୍ରାକ୍ଚୁଆଲ)କର୍ମଚାରୀଙ୍କ ନିଯୁକ୍ତି, ସେମାନେ କେଉଁ ହାରରେ ଦରମା ପାଇବେ ଏବଂ ସମ୍ପୃକ୍ତ କର୍ମଚାରୀଙ୍କ ଇନିକ୍ରେମେଣ୍ଟେପାଇବାକୁ ନେଇ ସରକାରଙ୍କ ନିର୍ଦ୍ଧିଷ୍ଠ ନୀତି ରହିଛି। ହେଲେ ରାୟଗଡା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ତାହା କାର‌୍ୟ୍ୟକାରୀ ହେଉନି। ଫଳରେ ଉକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ଠିକାରେ ନିଯୁକ୍ତି ପାଇଥିବା ଶତାଧିକ ପରାମେଡିକାଲ କର୍ମଚାରୀ ହଇରାଣ ହରକତ ହେଉଛନ୍ତି। ସରକାରଙ୍କ ଆଦେଶ ପ୍ରକାରେ ଅନ୍ୟସମସ୍ତ ଜିଲ୍ଲାରେ ଠିକା କର୍ମଚାରୀମାନେ ଇନିକ୍ରେମେଣ୍ଟେ ପାଇ ଆଉଥିବାବେଳେ ରାୟଗଡା ଜିଲ୍ଲାରେ ଏଥିରେ ବ୍ୟତିକ୍ରମ ଘଟିଛି। ନିଯୁକ୍ତି ପାଇବାର ଅଢେଇ ବର୍ଷ ବିତିଯାଇଥିଲେ ମଧ୍ୟ ରାୟଗଡା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ କାର‌୍ୟ୍ୟକାରୀ ହେଉନାହିଁ। ଏ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରିବା ସତ୍ତ୍ୱେ କୌଣସି ଫଳ ମିଳୁନଥିବାରୁ ସ୍ୱାସ୍ଥ୍ୟମନ୍ତ୍ରୀ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।
ରାଜ୍ୟ ସରକାରଙ୍କ ଗ୍ରୁପ”ସି” ଓ ଗ୍ରୁପ”ଡି” କଣ୍ଟ୍ରାକ୍ଚୁଆଲ ଆପଏଣ୍ଟମେଣ୍ଟ ରୋଲ ନୋଟିଫିକେସନରେ ରାୟଗଡା ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗରେ ୨୦୧୬ ମସିହା ସେପ୍ଟେମ୍ବର ମାସରେ ପ୍ରାୟ ୧୬୪ ଜଣ ପାରା ମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ନିର୍ଦ୍ଧାରିତ ନିୟମ ପ୍ରକାରେ କର୍ମଚାରୀମାନେ ଠିକା ହାରରେ ଦରମା ପାଇଲେ। ସପ୍ତମ ପେ କମିଶନ ଲାଗୁ କରାଯିବାପରେ ସେମାନଙ୍କ ଦରମାରେ ୨୫% ବୃଦ୍ଧି କରାଗଲା। ପରବର୍ତ୍ତୀ ସମୟରେ ରାଜ୍ୟସରକା ଏଇଊ-ଝଉ-ଜଟଖଝ-୦୦୩୭-୨୦୧୭-୧୯୫୭୪/ଏଋଘ ଚିଠି ପ୍ରକାରେ ପେପ୍ଟମ୍ବର ମାସ ୧୨ ତାରିଖ ୨୦୧୭ ମସିହାରେ ଠିକା କର୍ମଚାରୀଙ୍କ ପାଇଁ ଇନିକ୍ରେମେଣ୍ଟେ ବ୍ୟବସ୍ଥା କରିଥିଲେ। ଯେଉଁ କର୍ମଚାରୀ ମାନେ ଏକ ବର୍ଷପୁରଣ କରିବେ ସେମାନଙ୍କ ଦରମାରେ ୧୦% ବୃଦ୍ଧି ଘଟାଇବା ନିଷ୍ପତି ନେଇ ଉକ୍ତ ଆଦେଶକୁ କଡାକଡି ଭାବେ ପାଳନ କରିବାକୁ ସମସ୍ତ ଜିଲ୍ଳା ଅଧକାରୀଙ୍କୁ ନିର୍ଧେଶ ଦେଇ ଥିଲେ। ଉକ୍ତ ଆଦେଶ ପ୍ରକାରେ ଅନ୍ୟଜିଲ୍ଲା ଗୁଡିକରେ ସ୍ୱାସ୍ଥ୍ୟ ବିଭାଗ ଠିକା କର୍ମଚାରୀଙ୍କୁ ବର୍ଦ୍ଧିତ ହାରରେ ଦରମା ମିଳୁଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ