ସ୍ୱାସ୍ଥ୍ୟ ସମସ୍ୟା ଦୂରକରେ ହଳଦୀ ମିଶା କ୍ଷୀର
ହଳଦୀ ହେଉଛି ଏକ ଏପରି ଜିନିଷ ଯାହା ସବୁ ଭାରତୀୟ ରୋଷେଇ ଘରେ ଅତି ସହଜରେ ମିଳିଥାଏ । ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟିବାୟୋଟିକ୍ ଗୁଣରେ ଭରପୂର ଥିବା ହଳଦୀ ଶରୀରରେ ହେଉଥିବା ଯନ୍ତ୍ରଣାକୁ ଦୂର କରିଥାଏ । ଯଦି ଆପଣ ଶୀତ ଦିନେ ନିୟମିତ ଭାବରେ କ୍ଷୀରରେ ହଳଦୀ ମିଶାଇ ପିଉଛନ୍ତି, ତେବେ ଆପଣଙ୍କ ଶରୀରକୁ ଅନେକ ଫାଇଦା ମିଳିଥାଏ । ଏବେ ଆସନ୍ତୁ ଜାଣିବା ହଳଦୀ ମିଶା କ୍ଷୀରରୁ ଶରୀରକୁ ମିଳୁଥିବା ବିଭିନ୍ନ ଫାଇଦା ବିଷୟରେ ।
୧. ଯଦି ଆପଣଙ୍କୁ ଥକ୍କାପଣ ଅନୁଭବ ହେବା ସହ ଶରୀରରେ ଯନ୍ତ୍ରଣା ଅନୁଭବ ହେଉଛି, ତେବେ ଗୋଟେ ଗ୍ଲାସ କ୍ଷୀରରେ ଅଧା ଚାମଚ ହଳଦୀ ମିଶାଇ ସେବନ କରନ୍ତୁ ।
୨. କ୍ଷୀର ପିଇବା ଦ୍ୱାରା ତ୍ୱ·ରେ ଚମକ ଆସିଥାଏ । ଯଦି ଆପଣ କ୍ଷୀରରେ ହଳଦୀ ମିଶାଇ ପିଉଛନ୍ତି, ତେବେ ହଳଦୀରେ ଥିବା ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟିବାୟୋଟିକ୍ ଗୁଣ ତ୍ୱଚାଜନିତ ସମସ୍ତ ସମସ୍ୟା ଦୂର କରିଥାଏ ।
୩. ଯଦି ଆପଣଙ୍କୁ ରାତିରେ ଠିକ୍ ଭାବରେ ନିଦ ହେଉନାହିଁ, ତେବେ ହଳଦୀ ମିଶା କ୍ଷୀର ପିଇବା ଆରମ୍ଭ କରନ୍ତୁ । ଶୋଇବାର ଅଧଘଣ୍ଟା ପୂର୍ବରୁ ହଳଦୀ କ୍ଷୀର ପିଅନ୍ତୁ ।
୪.ଶରୀରରେ ଶର୍କରା ସ୍ତର ଅଧିକ ଥିଲେ ହଳଦୀ ମିଶା କ୍ଷୀର ପିଇ ଏହାକୁ ନିୟନ୍ତ୍ରଣକୁ ଆଣିପାରିବେ ।
୫.ଯେଉଁ ଲୋକମାନଙ୍କୁ ଶୀତଦିନେ ପ୍ରଦୂଷଣ ହେତୁ ନିଃଶ୍ୱାସ ନେବାରେ ଅସୁବିଧା ଅନୁଭବ ହେଉଛି, ସେମାନଙ୍କୁ ହଳଦୀ ମିଶା କ୍ଷୀର ପିଇବା ନିହାତି ଆବଶ୍ୟକ ।
ନବରାତ୍ରରେ ଯଅ ବୁଣିବାର କାରଣ ଓ ମହତ୍ତ୍ୱ
ହିନ୍ଦୁଧର୍ମରେ ପ୍ରତ୍ୟେକ ପୂଜାପର୍ବର ନିର୍ଦ୍ଦିଷ୍ଟ ନୀତିନିୟମ ରହିଛି । ମାତ୍ର ଏହି ନୀତିନିୟମର ଉଦ୍ଦେଶ୍ୟ ସଭିଁଙ୍କୁ ଜଣାନଥିବ । ନବରାତ୍ରିରେ ଏକ ପାତ୍ରରେ ମାଟିରେ ଗହମ ଓ ଯଅକୁ ପୋତାଯାଇଥାଏ ଏବଂ ତାହା ନିକଟରେ କଳସର ସ୍ଥାପନା କରାଯାଇଥାଏ । ଏହାକୁ ପୂଜା କରାଯାଇଥାଏ । ମାତ୍ର ଏପରି କରିବାର କାରଣ ପଛରେ ଏକ ମୁଖ୍ୟ ଉଦ୍ଦେଶ୍ୟ ରହିଛି ।
ନବରାତ୍ରରେ ଯଅ କିମ୍ବା ଗହମ ବୁଣିବା ପଛରେ ମାନ୍ୟତା ରହିଛି ଯେ, ସୃଷ୍ଟିର ଆରମ୍ଭରେ ସର୍ବପ୍ରଥମ ଫସଲ ଯଅ ଥିଲା । ତେଣୁ ଏହାକୁ ପୁଣ୍ୟ ଫସଲ ବୋଲି ମଧ୍ୟ କୁହାଯାଇଥାଏ । ଯଅ ବୁଣିବାର ମୁଖ୍ୟ କାରଣ ହେଉଛି ଅନ୍ନକୁ ବ୍ରହ୍ମ କୁହାଯାଇଥାଏ, ତେଣୁ ଅନ୍ନର ସମ୍ମାନ କରିବା ଉଚିତ୍ ।
ଯଅ ଶୀଘ୍ର ବଢ଼ିବା ଦ୍ୱାରା ଗୃହରେ ସୁଖସମୃଦ୍ଧି ବୃଦ୍ଧିର ସଙ୍କେତ ଦେଇଥାଏ ବୋଲି କୁହାଯାଇଥାଏ ।
ଯଅର ରଙ୍ଗ ଧବଳ ଓ ସିଧା ହେଲେ ଏହାକୁ ଶୁଭ ବୋଲି କୁହାଯାଇଥାଏ ।
ଯଅର ରଙ୍ଗ ଯଦି ଶେଷ ଆଡ଼ୁ ହଳଦିଆ ଓ ଉପର ଆଡ଼ୁ ସବୁଜ ରଙ୍ଗ ହୁଏ, ତେବେ ଏହାର ସଙ୍କେତ ଯେ ବର୍ଷର ଆରମ୍ଭ ସମୟ ଭଲ ନ ହେଲେ ମଧ୍ୟ ବର୍ଷର ଶେଷ ସମୟ ଖୁବ ଭଲ ହେବ ।
ଯଅ ଯଦି ଆରମ୍ଭରୁ ସବୁଜ ଓ ଘନ ହୋଇ ବଢ଼େ, ତେବେ ଏହା ଆପଣଙ୍କୁ ବର୍ଷଯାକ ଶୁଭଫଳ ପ୍ରଦାନ କରିବ ।


