ସ୍ୱାସ୍ଥ୍ୟ ସେବା ଚେରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଦହିସର୍ବତ୍ ବଣ୍ଟନ

ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରତିବର୍ଷ ଭଳି ଚଳିତବର୍ଷ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟର ପ୍ରବେଶପଥ ପାଶ୍ୱର୍ରେ ‘ସ୍ୱାସ୍ଥ୍ୟସେବା ସହାୟକ ଚେରିଟେବୁଲ୍ ଟ୍ରଷ୍ଟ’ ପକ୍ଷରୁ ଜଳସେବା କେନ୍ଦ୍ରରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପାନୀୟଜଳ ପ୍ରଦାନ କରାଯାଉଛି । ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ଜନୈକ ବଦାନ୍ୟ ବ୍ୟକ୍ତିଙ୍କ ଆର୍ଥିକ ସହାୟତାରେ ରୋଗୀମାନଙ୍କସହାୟକ ଓ ବହିର୍ବିଭାଗ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ଦହିସର୍ବତ ପ୍ରଦାନ କରାଯାଇଥିଲା । ଥଣ୍ଡାପାନୀୟଜଳରେ ପ୍ରସ୍ତୁତ ଦହି ସର୍ବତ ତୃଷାର୍ତ୍ତମାନଙ୍କୁ ଆଶ୍ୱସ୍ତ କରିଥିଲା । ଟ୍ରଷ୍ଟର ଏହି ବଦାନ୍ୟତାକୁ ସାଧାରଣରେ ପ୍ରଶଂସା କରାଯାଉଛି ।ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ବରିଷ୍ଠ କର୍ମକର୍ତ୍ତା ପ୍ରଫେସର ଅନନ୍ତ କୁମାର ପ୍ରଧାନଙ୍କ ସମେତ ସୁଶାନ୍ତ କୁମାର ଜେନା, ଦିଲ୍ଲୀପ ମହାକୁଡ଼, ରବିନ୍ ଦାଶ, ନିରଞ୍ଜନ ପରିଡ଼ା, ରତ୍ନାକର ଦାସ, ସନ୍ତୋଷ କୁମାର ରାଉତ, ସନ୍ଦୀପ ମହାପାତ୍ର, ମନୋରଞ୍ଜନ ଓ ମନୋଜ କୁମାର ରଣା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଏହି ଜଳସେବା କେନ୍ଦ୍ର ଆସନ୍ତା ଜୁନ୍ ମାସ ଶେଷ ପର୍ଯ୍ୟନ୍ତ ଚାଲିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ