ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ଯାଜପୁର, (ଓ୍ବାଇଏନ୍ଏସ୍) : ଯମଧର ପଞ୍ଚାୟତର ସ୍ୱପ୍ନେଶ୍ୱରପୁର ଠାରେ ସୁସ୍ଥ ଅଭିଯାନ ମାଧ୍ୟମରେ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ବୁଧବାର ପୂର୍ବାହ୍ନରେ ଜିଲ୍ଳ୍‌ା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଏହି ସ୍ୱାସ୍ଥ୍ୟ ଶିବିରକୁ ଉଦ୍‌ଘାଟନ କରିବା ସହ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ନିଜ ଘର ପାଖରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ପରିକଳ୍ପନା ନେଇ ଏହି ଅଭିଯାନ ଆରମ୍ଭ ହୋଇଚ୍ଥି । ତେଣୁ ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟାର ଚିକିତ୍ସା କରାଇ ନେବା ସହ ବିନା ମୂଲ୍ୟରେ ମଧ୍ୟ ଏହି ଶିବିରରୁ ଓ÷୍ୟଷଧ ପାଇପାରିବେ ବୋଲି ସେ କହିଥିଲେ । ଯାଜପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ନାୟକ, ଯମଧର ସରପଞ୍ଚ ଝରଣା ସେଠୀ, ଯାଜପୁର ପୈାର ପରିଷଦର ପୂର୍ବତନ ପୈାରାଧ୍ୟକ୍ଷ ଭବ ପ୍ରସାଦ ଦାସ, ଯାଜପୁର ବି.ଡି.ଓ. ସୈାରଭ ଚକ୍ରବର୍ତ୍ତୀ, ଜିଲ୍ଳ୍‌ା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ. ଅଶୋକ ଦାସ ପାଂଉଣ୍ଡେସନର ସାଧାରଣ ସଂପାଦକ ପୂର୍ଣ୍ଣଚନ୍ଦ୍ର ଦେଓ, ଅଶୋକ ଦାସ ପାଂଉଣ୍ଡେସନ ସ୍ୱାସ୍ଥ୍ୟ ସଂପର୍କିତ କମିଟିର ସଂଯୋଜକ ରମଣୀ ରଂଜନ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ସରକାରଙ୍କର ନିର୍ଦ୍ଦେଶ ଅନୁସାରେ କରୋନା ପ୍ରତିହତ ନିମିତ୍ତ ପ୍ରତି ଗ୍ରାମରେ ଅଙ୍ଗନୱାଡି, ଆଶା ଓ ଏ.ଏନ୍‌.ଏମ୍‌. ମାନେ ଘରକୁ ଘର ବୁଲି ଲୋକ ମାନଙ୍କର ସ୍ୱାସ୍ଥ୍ୟ ସଂପର୍କିତ ତଥ୍ୟ ସଂଗ୍ରହ କରିବେ । ଥଣ୍ଡା, କାଶ, ଜ୍ୱର ଇତ୍ୟାଦି ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କର ତାଲିକା ପ୍ରସ୍ତୁତ ସହ ଆବଶ୍ୟକ ସ୍ଥଳେ ସ୍ୱତନ୍ତ୍ର ଭାବେ ସ୍ୱାସ୍ଥ୍ୟ ପରୀକ୍ଷା ଓ ସ୍ୱାବ ସଂଗ୍ରହର ବ୍ୟବସ୍ଥା କରାଯିବ । ଅପର ପକ୍ଷରେ ନିଜ ଘର ପାଖରେ ସ୍ୱାସ୍ଥ୍ୟ ସେବା ଶିବିର ହେବାଦ୍ୱାରା ବୟସ୍କ ବ୍ୟକ୍ତି, ଭିନ୍ନକ୍ଷମ, ମହିଳା, ଶିଶୁ ପ୍ରଭୃତି ମଧ୍ୟ ଚିକିତ୍ସା ସୁବିଧା ପାଇପାରୁଥିବାରୁ ଖୁସି ବ୍ୟକ୍ତ କରିଥିଲେ । ମାର୍କଣ୍ଡପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଆଲୋକ ନାଥ ସାମଲ, ବରୁଆଁ ସ୍ୱାସ୍ଥ୍ୟ କେନ୍ଦ୍ରର ଡା. ପ୍ରିୟଙ୍କା ଜେନା, ଆୟୁଷ ଡାକ୍ତର ବିଶ୍ୱ ପ୍ରକାଶ ସାମନ୍ତ ପ୍ରମୁଖ ରୋଗୀ ମାନଙ୍କୁ ପରୀକ୍ଷା କରିବା ଓ ଉପଯୁକ୍ତ ପରାମର୍ଶ ଦେଇଥିଲେ । ଶିବିରରେ ରକ୍ତ ଚାପ ମାପ ଓ ପରୀକ୍ଷା ମଧ୍ୟ କରାଯାଇଥିଲା । ଯାଜପୁର ଜିଲ୍ଳ୍‌ା ପ୍ରଶାସନ, ଯାଜପୁର ପଞ୍ଚାୟତ ସମିତି, ମାର୍କଣ୍ଡପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର , ସାମାଜିକ ଓ ସ୍ୱେଚ୍ଚ୍ଥାସେବୀ ସଂଗଠନ ଅଶୋକ ଦାସ ପାଂଉଣ୍ଡେସନର ମିଳିତ ସହଯୋଗରେ ଏହି ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଗ୍ରାମବାସୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା ଓ ମାଗଣା ଓ÷୍ୟଷଧ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ