ସ୍ୱାୟତ୍ତ ଶାସନ ଦିବସ କୁ କଳାଦିବସ ଭାବେ ପାଳନ କଲା ବିଜେପି
ନିମାପଡା, (ସନ୍ତୋଷ ଦାଶ):ନିମାପଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ସାଧାରଣ ଲୋକଙ୍କୁ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା, ସ୍ଥାୟୀ ପଟା ପ୍ରଦାନରେ ବିଫଳତା, ଡ୍ରେନେଜ ବ୍ୟବସ୍ଥାର ସୁବନ୍ଦୋବସ୍ତ ନ ଥିବା ହେତୁ ସାମାନ୍ୟ ବର୍ଷାରେ କଲୋନୀ ଗୁଡିକ ଉବୁଟୁବୁ ହେବା,ରାସ୍ତା ଗୁଡିକ ମରାମତି ନ ହେବା,ପରିମଳ ବ୍ୟବସ୍ଥାର ଅନିୟମିତତା, ତ୍ରୁଟିପୂର୍ଣ୍ଣ ପାନୀୟ ଜଳଯୋଗlଣ, ଶୌଚାଳୟ ପ୍ରଦାନରେ ପାତର ଅନ୍ତର ନୀତି ଯୋଗୁଁ ୭୦ପ୍ରତିଶତ ଲୋକ ବାହାରେ ମଳ ତ୍ୟାଗ କରିବା ଆଦି ବିଫଳତାକୁ ପାଥେୟ କରି ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଜ୍ଞପିତ ଅଂଚଳ ପରିଷଦର ବିକାଶକୁ ଗୁରୁତ୍ୱ ନ ଦେଇ ନିଜ ଇସାରାରେ କେବଳ ଠିକାଦାର ପୋଷଣ ନୀତିକୁ ବିରୋଧ କରି ନିମାପଡା ଭାଜପା କାଉନସିଲର ନିରଞ୍ଜନ ନାୟକଙ୍କ ନେତୃତ୍ୱରେ ସ୍ୱାୟତ୍ତ ଶାସନ ଦିବସକୁ କଳାଦିବସ ରୂପେ ପାଳନ କରିଥିଲା lବିଜେପି କର୍ମୀ ମାନେ ଜୟଶ୍ରୀ ଛକ ଠାରେ ଗଣଶିକ୍ଷା ମନ୍ତ୍ରୀ ଓ ଜଗତସିଂହପୁର ସାଂସଦ ଡଃ .ରାଜଶ୍ରୀ ମଲ୍ଲିକଙ୍କୁ କଳାପତାକା ପ୍ରଦର୍ଶନ ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଜୟଶ୍ରୀ ଛକରୁ ପ୍ରତ୍ୟେକ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀ କଳାପଟି ମୁହଁରେ ବାନ୍ଧି ଏକ ପଦଯାତ୍ରା ରେ ଆସି ବିଜ୍ଞାପିତ ପରିଷଦ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ନିମାପଡା ପ୍ରଶାସନର ସଦବୁଦ୍ଧି ପାଇଁ ପୁର୍ଣ୍ଣେଶ୍ଵରୀ ମନ୍ଦିରରେ ଦୀପ ଦାନ କରିଥିଲେ lକାଉନସିଲର ଟିକିନା ପଣ୍ଡା, ରଂଜିତା ପାତ୍ର,ମଣ୍ଡଳ ସଭାପତି ଦିଲ୍ଲୀପ ପାତ୍ର,ସାଧାରଣ ସମ୍ପାଦକ ଜାନକୀନାଥ ଜେନା,ଯୁବ ମୋର୍ଚ୍ଚା ସଭାପତି ରାକେଶ ସେନାପତି,ମୀନଲତାମହାନ୍ତି,ମିନାକ୍ଷୀ ଦାଶ,ଅଜୟ ଭୋଇ,ମାନସ ପ୍ରଧାନଙ୍କ ସମେତ ଦଳ ର ବହୁ ବରିଷ୍ଠନେତା ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିଲେ।