ସ୍ୱାୟତ୍ତ ଶାସନ ଦିବସ କୁ କଳା ଶାସନ ଦିବସ ରୂପେ ପାଳିଲା ବିଜେପି

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ଏନ୍ ଏ ସି ଆଜି ସ୍ୱାୟତ୍ତ ଶାସନ ଦିବସ ରେ ତାର ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିବାବେଳେ ବିଜେପି ର କାଉନସିଲର ଓ କର୍ମୀ ମାନେ ଏହି ଦିବସ କୁ କଳା ଶାସନ ଦିବସ ରୂପେ ପାଳନ କରିଥିଲେ। ନିମାପଡା ଏନ୍ ଏ ସି ତାର ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଥିବାବେଳେ ଅଞ୍ଚଳ ରେ ରହିଥିବା ବହୁବିଧ ସମସ୍ୟା ଦୂର କରିବାରେ ବିଫଳ ହୋଇଛି। ନିର୍ବାଚନ ସମୟ ରେ ଶାସକ ଦଳ ନେତା ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ତାହାର ଏକ ଦଶମାଂଶ ମଧ୍ୟ ପୂରଣ ହୋଇ ପାରିନାହିଁ। ଏନ୍ ଏ ସି କତ୍ତୁର୍ପକ୍ଷ ଜନସାଧାରଣ ଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ବିଫଳ ହୋଇଛନ୍ତି। ଅଞ୍ଚଳ ର ବହୁବିଧ ସମସ୍ୟା ସମାଧାନ ନିମନ୍ତେ ବିଜେପି କାଉନସିଲର ମାନେ ବୈଠକ ରେ ଦାବି କରି ଆସୁଥିଲେ ମଧ୍ୟ କତ୍ତୁର୍ପକ୍ଷ ଏ ଦିଗରେ ଦୃଷ୍ଟି ଦେଉନାହାନ୍ତି। ଯେଉଁଠି ବିକାଶ ନାହିଁ ସେଠି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ର ମାନେ କିଛି ନାହିଁ ବୋଲି କହିଛନ୍ତି ଟିକିନା ପଣ୍ଡା, ରଞ୍ଜିତା ପାତ୍ର,ମାଧବାନନ୍ଦ ବେହେରା ପ୍ରମୁଖ ନିର୍ବାଚିତ କାଉନସିଲର ମାନେ। ବିଜେପି ପକ୍ଷରୁ ଏନ୍ ଏ ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ବିଜେପି ନଗର ସଭାପତି ନିରଞ୍ଜନ ନାୟକ, ରାକେଶ ସେନାପତି, ଜାନକୀନାଥ ଜେନା, ତୁଷାର ସ୍ଵାଇଁ,ମିନଲତା ମହାନ୍ତି, ପ୍ରଣୟିନୀ ମିଶ୍ର, ସସ୍ମିତା ପ୍ରଧାନ, ମିନାକ୍ଷୀ ଦାସ ପ୍ରମୁଖ
କାଉନସିଲର ମାନଙ୍କ ସହିତ ଧାରଣା ରେ ବସିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ