ସ୍ୱାୟତ ଶାସନ ଦିବସ ଉପଲକ୍ଷେ ବିଭିନ୍ନ ପ୍ରକଳ୍ପ ଉଦଘାଟନ

ବୁଗୁଡା, (ଅନିଲ କୁମାର ମହାରଣା):ଅଗଷ୍ଟ ୩୧ ତାରିଖ ସ୍ୱାୟତ ଶାସନ ଦିବସ ଉପଲକ୍ଷେ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ପାଞ୍ଚଗୋଟି ପ୍ରକଳ୍ପ ଉଦଘାଟନ ହୋଇଥିବା ବେଳେ ଗୋଟିଏ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ସମସ୍ତ ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଉଦଘାଟନ ପ୍ରକଳ୍ପ ମଧ୍ୟରେ ୪ ଓ ୧୦ ନଂ ୱାର୍ଡର ଦୁଇଟି ମିଶନ ଶକ୍ତି ଗୃହ ଓ ଦୁଇଟି ଅଙ୍ଗନୱାଡି କେନ୍ଦ୍ର ଗୃହ ଏବଂ ବିରଞ୍ଚିନାରାୟଣ ପାଠାଗାର ଗୃହ ଉଦଘାଟନ କରିଥିଲେ। ସେହିପରି ବୁଗୁଡା ଏନଏସିର ନୂତନ କୋଠା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମୀ ରଞ୍ଜନ ଦାଶ ଓ କାଉନସିଲର ବୃନ୍ଦ ଏବଂ ବହୁ ଜନସାଧାରଣ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ