ସ୍ୱିପର କଲୋନୀ ବାସୀଙ୍କ ପାନୀୟ ଜଳ ଦାବିରେ ପୁନର୍ବାର ଦାବିପତ୍ର ପ୍ରଦାନ
କରଞ୍ଜିଆ,(ଜିତେନ୍ଦ୍ର ରାଜ):କରଞ୍ଜିଆ ସହର ୱାର୍ଡ ନମ୍ବର ୧୫ର ମଙ୍ଗଳା ମନ୍ଦିର ନିକଟ ଓ ସ୍ୱିପର କଲୋନୀରେ ଦୀର୍ଘ ସମୟରୁ ଲାଗିରହିଥିବା ପାନୀୟ ଜଳ ସମସ୍ୟା ବାରମ୍ବାର ଆନ୍ଦୋଳନ ପରେ ମଧ୍ୟ ସମାଧାନ ନହେବା କରଞ୍ଜିଆ ଏନଏସି ପ୍ରଶାସନର ପରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ସ୍ୱିପର କଲୋନୀ ବାସିନ୍ଧା ବୃନ୍ଦ କରଞ୍ଜିଆ ଏନଏସି କାର୍ଯ୍ୟାଳୟକୁ ଆସି ଅଧ୍ୟକ୍ଷା ପପି ପୃଷ୍ଟି ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ନିହାର ରଞ୍ଜନ ସେଠୀ ଙ୍କୁ ସାକ୍ଷାତ କରି କଲୋନୀ ବାସିନ୍ଧା ଙ୍କ ପାନୀୟ ଜଳ ସମସ୍ୟା ସମ୍ପର୍କ ରେ ପୁନର୍ବାର ଅବଗତ କରିବା ସହିତ ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରେ ରଖି ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ଗୋଟିଏ ପରିବାର ଦୀର୍ଘ ୩ ଦଶନ୍ଧି ଧରି କରଞ୍ଜିଆ ଏନଏସି ର କ୍ଷମତା ଅକ୍ତିଆର କରିଆସୁଥିଲେ ମଧ୍ୟ ଦୀପ ତଳ ଅନ୍ଧାର ଭଳି ଏନଏସି କାର୍ଯ୍ୟାଳୟ ରେ ସଫେଇ କର୍ମଚାରୀ ଭାବେ କାମ କରିଆସୁଥିବା କର୍ମଚାରୀ ଙ୍କ କଲୋନୀ କୁ ଆଜି ପର୍ଯ୍ୟନ୍ତ ସଠିକ ଭାବେ ପାନୀୟ ଜଳ ଯୋଗାଇବାରେ ଅସମର୍ଥ ହେବା ଏବେ ନେତୃତ୍ୱ ନେଉଥିବା ବ୍ୟକ୍ତି ଓ ସେ ପରିବାର ର କରଞ୍ଜିଆ ର ଉନ୍ନତି ଓ ପ୍ରଗତି ପ୍ରତି ଥିବା ଚିନ୍ତାଧାରା କୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ଗତ ବର୍ଷ ଅକ୍ଟୋବର ୭ ତାରିଖ ଦିନ ମଙ୍ଗଳା ମନ୍ଦିର ଅଞ୍ଚଳ ଲୋକେ ପାନୀୟ ଜଳ ସମସ୍ୟା ନେଇ ଦୀର୍ଘ ସମୟ ଧରି କରଞ୍ଜିଆ ଖିଚିଂ ରାସ୍ତା ଅବରୋଧ କରିଥିଲେ ସେ ସମୟ ରେ ଶୀଘ୍ର ପାନୀୟ ଜଳ ସମସ୍ୟା ସମାଧାନ ର ପ୍ରତିଶୃତି ତାଙ୍କୁ ଦିଆଯାଇଥିଲା କିନ୍ତୁ ଦୀର୍ଘ ୬ ମାସ ବିତିଯାଇଥିଲେ ମଧ୍ୟ ପାନୀୟ ଜଳ ସମସ୍ୟା ସମାଧାନ ତ ଦୂରର କଥା ଏସମ୍ପର୍କ ରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ପରିଲକ୍ଷିତ ହେବା ପ୍ରଶାସନ ର କାର୍ଯ୍ୟଶୈଳୀ କୁ ନେଇ କଲୋନୀ ବାସୀ କ୍ଷୁବ୍ଦ ହୋଇ ଆଜି ପୁଣି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଯୁବ ନେତା ଭରତ ପାତ୍ର ଙ୍କ ନେତୃତ୍ୱ ରେ ଲସ ବେହେରା, ଝିନ କାରୁଆ, କିଶୋର ପାତ୍ର, ଗୀତା ବେହେରା, ସାବିତ୍ରୀ କାରୁଆ, ବୀର ବେହେରା, ମାନସ ବେହେରା ଙ୍କ ସମେତ ତିରିଶ ରୁ ଉର୍ଦ୍ଧ ବାସିନ୍ଧା ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ
ଖବର ପାଇ ସାଂସଦ ଙ୍କ ପ୍ରତିନିଧି ଲକ୍ଷ୍ମୀକାନ୍ତ ରାମ, ନଗର ବିଜେପି ସଭାପତି ସମ୍ବିଧାନ ମହାପାତ୍ର କାର୍ଯ୍ୟାଳୟ ରେ ଉପସ୍ଥିତ ହୋଇ ସ୍ୱିପର କଲୋନୀ ବାସିନ୍ଧା ଙ୍କ ସହିତ ଆଲୋଚନା କରିଥିଲେ
ଦେଖିବାକୁ ବାକି ରହିଲା କରଞ୍ଜିଆ ଏନଏସି କର୍ତ୍ତୃପକ୍ଷ କେବେ ନିଜ ସଫେଇ କର୍ମଚାରୀ ଙ୍କ କଲୋନୀ କୁ ପାନୀୟ ଜଳ ଯୋଗାଇବାରେ ସମର୍ଥ ହେଉଛନ୍ତି.