ସ୍ୱୀକୃତି ପ୍ରାପ୍ତ ଶ୍ରମିକ ୟୁନିୟନ୍ ମାଲ୍ ଲୋଡିଂ ଓ ଅନଲୋଡିଂ କାର୍ଯ୍ୟରୁ ବଞ୍ଚିତ ଥିବା ଅଭିଯୋଗ

ଛତ୍ରପୁର,-: ଜଗନ୍ନାଥପୁର ଗୁଡ୍‌ସେଡ୍‌ରେ ସ୍ୱୀକୃତି ପ୍ରାପ୍ତ ମାଲ ଗୋଦାମ ଶ୍ରମିକ ୟୁନିୟନ୍‌କୁ କାମ ଯୋଗାଇବା ପାଇଁ ବହୁଦିନ ଧରି ଦାବି କରି ଆସୁଥିଲେ ସୁଦ୍ଧା ୟୁନିୟନ୍‌କୁ କାମ ଯୋଗାଇ ଦିଆଯାଉ ନାହିଁ ବୋଲି ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ, ରେଳ ବିଭାଗ, ପୁଲିସ ଏବଂ ଶ୍ରମିକ ୟୁନିୟନ୍ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି ସମସ୍ୟାର ସମାଧାନ ନିମନ୍ତେ ବହୁବାର ବୈଠକ ଆୟୋଜନ କରିବା ପାଇଁ କୁହାଯାଇ ଗୋଟିଏ ମଧ୍ୟ ସଠିକ୍ ଭାବେ ବୈଠକ କରାଯାଇ ନାହିଁ । ଆଜି ଏହି ବୈଠକ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାର ରହିଥିବା ବେଳେ ପୁଣି ଆସନ୍ତା ୨୮ ତାରିଖ ପାଇଁ ଦିନ ଧାର୍ଯ୍ୟ ହୋଇଛି ବୋଲି ଗଂଜାମ ଜିଲ୍ଲା ମାଲ୍ ଗୋଦାମ ଶ୍ରମିକ ୟୁନିୟନ୍ ପକ୍ଷରୁ ଅଭିଯୋଗ ହୋଇଛି । ବ୍ରହ୍ମପୁର ଗୁଡ୍‌ସେଡ୍ ସି ଏଣ୍ଡ୍ ଆସୋସିଏସନ୍‌ର ବିଜ୍ଞପ୍ତି ଅନୁସାରେ ସରକାରୀ ପଞ୍ଜିକୃତ ଗଞ୍ଜାମ ଜିଲ୍ଲା ମାଲ୍ ଗୋଦାମ ଶ୍ରମିକ ୟୁନିୟନ୍ ଜଗନ୍ନାଥପୁର ଗୁଡ୍‌ସେଡ୍‌ରେ ମାଲ ଲୋଡିଂ ଓ ଅନଲୋଡିଂ କାର୍ଯ୍ୟ କରିବା ପାଇଁ ୨୦୧୮ ମସିହାରୁ ସ୍ୱିକୃତୀ ପାଇଥିଲେ ସୁଦ୍ଧା ସେମାନଙ୍କୁ ଆଜି ସୁଦ୍ଧା ୟୁନିୟନ୍‌ର ଶ୍ରମିକମାନଙ୍କୁ ଉକ୍ତ କାର୍ଯ୍ୟରେ ନିୟୋଜିତ କରାଯାଉ ନାହିଁ । ଅନ୍ୟପକ୍ଷରେ ବିନା ପଞ୍ଜିକୃତରେ ଥିବା ଶ୍ରମିକ ୟୁନିୟନ୍‌ର ଶ୍ରମିକମାନଙ୍କୁ ହିଁ ମାଲ ଲୋଡିଂ ଓ ଅନଲୋଡିଂ କାର୍ଯ୍ୟରେ ନିୟୋଜିତ କରାଯାଉଛି । ଏହି ସଂକ୍ରାନ୍ତରେ ପ୍ରଶାସନଙ୍କ ବହୁବାର ଦୃଷ୍ଟି ଆକର୍ଷଣ କରାଯାଇଛି କିନ୍ତୁ ଆଜି ସୁଦ୍ଧା ତାହାକୁ କାର୍ଯ୍ୟକରା ଗଲାନାହିଁ । ପ୍ରଶାସନ କୌଣସି ଚାପ ମଧ୍ୟରେ ସେମାନଙ୍କୁ ଅଗ୍ରାଧିକ ଦେଉଛନ୍ତି ଏବଂ ଆମ ୟୁନିୟନ୍‌କୁ ଜାଣିଶୁଣି ହଇରାଣ କରାଯାଉଛି ବୋଲି ସଂଘର ସଭାପତି ପ୍ରାଣବନ୍ଧୁ ପଣ୍ଡା, ସଂପାଦକ ସୂର୍ଯ୍ୟ ଚନ୍ଦ୍ର ସେଠୀ, ଉପସଭାପତି ପି.ତୁଳସା ରେଡ୍ଡୀ ଓ ସୁବାସ ଚନ୍ଦ୍ର ବେହେରା, ସହ ସଂପାଦକ ସୁଦର୍ଶନ ଦାସ, ଶିବରାମ ଦାସ, ଶ୍ରୀନିବାସ ସେଠୀ ପ୍ରମୁଖ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ