ସ୍ୱେଚ୍ଛାକୃତ ରକ୍ତଦାତାମାନଙ୍କୁ ସମ୍ବର୍ଦ୍ଧିତ କଲା ଭରସା ପରିବାର
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ପଡ଼ିଆବେଡା ଫୁଲମତି ମହାବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଆଞ୍ଚଳିକ ସ୍ତରରେ ସ୍ୱେଚ୍ଛାକୃତ ରକ୍ତଦାନ କରି ଅଜଣା ଅଚିହ୍ନା ଅସହାୟଙ୍କ ଜୀବନ ବଞ୍ଚାଇବାରେ ସହଯୋଗ କରିଥିବା ରକ୍ତଦାତାଙ୍କୁ ମାନ ପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କଲା ଭରସା ପରିବାର । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଭରସା ପରିବାରର ସଭାପତି ଲମ୍ବୋଦର ମହାନ୍ତ, ଉପସଭାପତି ବେଣୁଧର ମହାନ୍ତ, ରାଜ୍ୟ ସଂଯୋଜକ ଡମ୍ବରୁଧର ମହାନ୍ତ, ସାଧାରଣ ସମ୍ପାଦକ ଲାଲମୋହନ ମହାନ୍ତ, ଯୋଜନା ପ୍ରମୁଖ ଶିବଶଙ୍କର ମିଶ୍ର, ଯୁବ ସଭାପତି ବିଶ୍ୱଜିତ ମହାନ୍ତ,ପଞ୍ଚପିଢ଼ ଉପସଭାପତି ରଞ୍ଜନ ମହାନ୍ତ, ମହିଳା ସଭାନେତ୍ରୀ ମାଳତୀ ମହାନ୍ତ, ସଂଯୋଜିକା ରଞ୍ଜନା ମହାନ୍ତ ତଥା ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଭାଗିରଥି ମହାନ୍ତ ମୁଖ୍ୟ ଅତିଥି, ବିଶିଷ୍ଟ ଲେଖକ କବି ଶ୍ରୀଯୁକ୍ତ ପଦ୍ମଲୋଚନ ନନ୍ଦ ମୁଖ୍ୟ ବକ୍ତା, ଆଦର୍ଶ ଶିକ୍ଷକ ହରେକୃଷ୍ଣ ମହାନ୍ତ, ପର୍ଶୁରାମ ମହାନ୍ତ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସଂଗଠନର ମହାନ କାର୍ଯ୍ୟକୁ ପ୍ରଶଂସା କଲେ ଓ ରକ୍ତଦାନ ସହିତ ଅନ୍ୟାନ୍ୟ ସମାଜିକ କାର୍ଯ୍ୟକୁ ଭରସା ପରିବାର ମାଧ୍ୟମରେ ମିଳିତଭାବେ କରିବା ପାଇଁ ମତପ୍ରକାଶ କରିଥିଲେ । ଆଞ୍ଚଳିକ ୫୦ରୁ ଉର୍ଦ୍ଧ୍ବ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ଭାବେ ପରିଚିତ ଦଶରଥ ମହାନ୍ତ, ଭୀମକୁଣ୍ଡ ଵିକାଶରଧାରାକୁ ମୂଳଦୁଆ ପକେଇ ଆଗକୁ ବଢାଇବାର ସକ୍ଷମ ହୋଇଥିବା ମୟୂରଭଞ୍ଜର ବରିଷ୍ଠ ସାମ୍ବାଦିକ ମଧୁସୂଦନ ନନ୍ଦ, ନରସିଂହ ମହାନ୍ତ, ହେମାଲତା ମହାନ୍ତଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସଙ୍ଗଠନକୁ ସୁଦୃଢ ଓ ଶୃଙ୍ଖଳିତ କରିବା ପାଇଁ ନୂତନ କର୍ମକର୍ତ୍ତା ମଧ୍ୟ ଚୟନ କରାଗଲା । ବୃଷଭ ମହାନ୍ତଙ୍କୁ ରାଜ୍ୟ ସମ୍ପାଦକ, ସଞ୍ଜୟ କୁମାର ମହାନ୍ତଙ୍କୁ ମୟୁରଭଞ୍ଜ ଜିଲ୍ଲା ସାଧାରଣ ସମ୍ପାଦକ, କୃଷ୍ଣଚନ୍ଦ୍ର ମହାନ୍ତ ରାଜ୍ୟ ସମ୍ପାଦକ, ଏ.ଟି.ଏସ ବେଲାଳସେନଙ୍କୁ ଟ୍ରେନର, ଭାଗିରଥି ମହାନ୍ତ, ପଦ୍ମଲୋଚନ ନନ୍ଦ, ହରେକୃଷ୍ଣ ମହାନ୍ତ ଓ ନିରଞ୍ଜନ ମହାନ୍ତଙ୍କୁ ଉପଦେଷ୍ଟା, ସିପୁନ କୁମାର ମହାନ୍ତଙ୍କୁ ଠାକୁରମୁଣ୍ଡା ସଭାପତି ଭାବେ ମନୋନୀତ କରି ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱାଗତ ଭାଷଣ ଓ ବିବରଣୀ ଯାଜପୁରର ସକ୍ରିୟ କର୍ମକର୍ତ୍ତା ପଦ୍ମନାଭ ମହାନ୍ତ ପ୍ରଦାନ କରିଥିବାବେଳେ ଏ.ଟି.ଏସ ବେଲାଳସେନ ସଭା ପରିଚାଳନା କରିଥିଲେ । ସଭା ଶେଷରେ କଲେଜ ସମ୍ମୁଖରେ ଭରସା ପରିବାର ପକ୍ଷରୁ ଏକ ଜଳଛତ୍ର ଉଦଘାଟନ କରାଯାଇଥିଲା । ଅନ୍ୟାନ୍ୟ ଅତିଥି ମଧ୍ୟରେ ଖଣ୍ଡବନ୍ଧର ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ମହାନ୍ତ, ପଡ଼ିଆବେଡା ସରପଞ୍ଚ ଧର୍ମାନନ୍ଦ ନାଏକ, ଖଣ୍ଡବନ୍ଧ ସରପଞ୍ଚ ରମଣୀ ଦେହୁରୀ, ମହୁଲଡ଼ିହା ସମିତିସଭ୍ୟ ନିରଞ୍ଜନ ମହାନ୍ତ, ଖଣ୍ଡବନ୍ଧ ସମିତି ସଭ୍ୟା କଞ୍ଚାନ ବଂସୁଳିଆ, ପଡ଼ିଆବେଡା ସମିତିସଭ୍ୟ ପ୍ରମୋଦ ନାଏକ, ମେଡିକାଲ କର୍ମଚାରୀ ନିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତଥିଲେ । ଏଥିରେ ଏ ଟି ଏସ୍ ଵେଲାଳସେନ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଦ୍ରୌପଦୀ ବାଳିକା ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ବାରା ସ୍ୱାଗତ ସଂଗୀତ ଗାନ ହୋଇଥିଲା ତଥା ଝୁମର ଗାୟିକା ଓ ନାୟିକା ଋତୁପର୍ଣ୍ଣା ମହାନ୍ତ ଭରଷା ପରିବାର ସମ୍ବନ୍ଧୀୟ ସ୍ୱାଗତ ପରିବେଷଣ କରିଥିଲେ।କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ଆଞ୍ଚଳିକ କର୍ମକର୍ତ୍ତା ବବୃବହନ ମହାନ୍ତ, ମୟୁରଭଞ୍ଜ ଜିଲ୍ଲା ସଭାପତି ବୁଧୁରାମ ମହାନ୍ତ, ରାଜକିଶୋର ବାରିକ, ଯୁଧିଷ୍ଠିର ମହାନ୍ତ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।


