ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ତିନି ଜିଲ୍ଲାରେ ମାଗଣାରେ ଫଳ ଓ ଓଷଧୀୟ ଚାରା ବଣ୍ଟନ

ପାରାଦୀପ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲାର ପରିବେଶ ପ୍ରେମୀ ଅଗ୍ରଣୀ ଅନୁଷ୍ଠାନ ବାବା ବାଲୁଙ୍କେଶ୍ୱର ଗ୍ରାମ୍ୟ ବିକାଶ ପରିଷଦ, ବିଶ୍ଵାଳୀ ତରଫରୁ କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଶାରଦୀୟ ପୂଜା ଅବସରରେ ମାଗଣାରେ ବିଭିନ୍ନ ଫଳ ଓ ଓ୍ୟଷଧୀୟ ଚାରା ବଣ୍ଟନ କରାଯାଇଛି l ଏହା ଅକ୍ଟୋବର ମାସ ୨୦ ତାରିଖରୁ ଆରମ୍ଭ ହୋଇ ଦୀର୍ଘ ଚାରି ଦିନ ଧରି ଚାଲି ଅକ୍ଟବୋର ୨୩ ତାରିଖରେ ସମାପ୍ତି ହୋଇଥିଲା l ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ସହିତ ଅନ୍ୟ ଦୁଇ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନମାନଙ୍କୁ ମଧ୍ୟ ଏଥିରେ ସାମିଲ କରି ବାବା ବାଲୁଙ୍କେଶ୍ୱର ଗ୍ରାମ୍ୟ ବିକାଶ ପରିଷଦ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ ଚାରା ମାଗଣାରେ ବଣ୍ଟନ କରିଥିଲେ lଦୀର୍ଘ ଏକ ମାସ ହେବ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଅଗ୍ରିମ ବରାଦ ମୁତାବକ ଏହି ଚାରା ସବୁ ସଂଗ୍ରହ କରାଯାଇ ପବିତ୍ର ଶାରଦୀୟ ଅବସରରେ ବିଭିନ୍ନ ଅନୁଷ୍ଠାନ,ଟ୍ୟୁଟୋରିଆଲ ଏବଂ ବିଭିନ୍ନ ଛକ ସ୍ଥାନ ମାନଙ୍କରେ ସର୍ବସାଧାରଣରେ ବ୍ୟାପକ ବଣ୍ଟନ କରାଯାଇଛି l ଆମ୍ବ,କାଜୁ, ଜାମୁ,ପିଜୁଳି ପଣସ, ସାପେଟା, ମଞ୍ଜୁଆତି, ବମ୍ହଜାଷ୍ଟି, ସପୁରି, ବେଲ, ଅର୍ଜୁନ, କଇଁଥ, ଲିଚୁ ପ୍ରଭୁତି ଚାରା ମୁକ୍ତ ହସ୍ତରେ ସର୍ବସାଧାରଣରେ ବଣ୍ଟନ କରାଯାଇଛି l ବିଗତ ୩୦ ବର୍ଷ ଧରି ଅନୁଷ୍ଠାନ ଏହାର ପ୍ରତିଷ୍ଠାତା ଶ୍ରୀ ଅମରେଶ ନରେଶ ସାମନ୍ତଙ୍କ ପ୍ରଚେଷ୍ଟାରେ ଏହି ମହାନ କାର୍ଯ୍ୟ ସମ୍ପାଦନ କରିଆସୁଛି lଏହି ଚାରା ବଣ୍ଟନ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଦୁଇ ଥରର ପ୍ରକୃତିବନ୍ଧୁ ପୁରସ୍କାରପାପ୍ତ ଶ୍ରୀ ଅମରେଶ ନରେଶ ସାମନ୍ତ,ସମ୍ପାଦକ ଦିଲୀପ ପଲାଇ,ଦୀପକ ପରିଡା,ସଭ୍ୟ ବିଶ୍ୱଜିତ ଦାସ,ଅମୁଲ୍ୟ ଦାସ, ଶୁକଦେବ ମଲିକ, ବଳରାମ ସାମଲ,ସିପୁନ ପଲେଇ, ସୂର୍ଯ୍ୟକାନ୍ତ ଜେନା,ସ୍ମୃତି ରଞ୍ଜନ ସାମଲ,ଅଭିଜିତ ପଲାଇ ପ୍ରମୂଖ ସଭ୍ଯ ସାମିଲ ହୋଇଥିଲେ l ଅନୁଷ୍ଠାନର ସମସ୍ତ ସଭ୍ଯମାନେ ଏହି କ୍ରମରେ ବିଗତ ତିରିଶ ବର୍ଷ ଧରି ବିଭିନ୍ନ କାର୍ଯ୍ୟ କ୍ରମମାନଂକରେ ୧୦ଲକ୍ଷରୁ ଉର୍ଦ୍ଧ ଚାରା ଓଡିଶାର ବିଭିନ୍ନ ପ୍ରାନ୍ତରରେ ମାଗଣାରେ ବଣ୍ଟନ କରିସାରିଲେଣି l ଏଠାରେ ସ୍ମରଣଯୋଗ୍ୟ କି ପରିବେଶ ଓ ପ୍ରକୃତି ପ୍ରତି ଏହି ସମର୍ପଣ ଭାବ ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ତାଙ୍କର ୭୫ ତମ ମନ କି ବାତ କାର୍ଯ୍ୟକ୍ରମରେ ଅନୁଷ୍ଠାନ ଓ ଏହାର ପ୍ରତିଷ୍ଠାତାଙ୍କୁ ଭୁୟସୀ ପ୍ରଶଂସା କରିଥିଲେ l

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ