ସ୍ୱେଚ୍ଛାସେବୀ ଚକ୍ରଧର ସାହୁ ସମ୍ବର୍ଦ୍ଧିତ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡରମ୍ପାସ ଗ୍ରାମର ସ୍ୱେଚ୍ଛାସେବୀ ଚକ୍ରଧର ସାହୁଙ୍କୁ କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଲାଇଫ ସେଭର୍ର ଗ୍ରୁପ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । କେନ୍ଦୁଝର ସହସ୍କୃତି ଭବନ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବିରୋଧିଦଳ ମୁଖ୍ୟ ସଚେତକ ମୋହନ ମାଝୀ, ପଦ୍ମଶ୍ରୀ ମାଗୁଣୀ ଚରଣ କୁଅଁର, ଜିଲ୍ଲା ଓକିଲ ସଂଘର ସଭାପତି ଆଶିଷ ଚକ୍ରବର୍ତ୍ତୀ, ଜିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡା, ସମାଜସେବୀ ଲଳିତ ରାୟ, ବିଶିଷ୍ଟ ମହିଳା ସମାଜସେବୀ ସେବତୀ ସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସମାଜସେବା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ଚକ୍ରଧର ସାହୁଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଚକ୍ରଧର ମା ତାରିଣୀ ସ୍ୱେଚ୍ଛାସେବୀ ସଂଗଠନର ଜଣେ ସକ୍ରୀୟ ସଦସ୍ୟ ଭାବେ କାର୍ଯ୍ୟରତ ଥିବାବେଳେ ସେ ନିଜର ସାଧ୍ୟ ମତେ ଗରିବ ଅସହାୟଙ୍କ ନିକଟରେ ପହଞ୍ଚି ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇଥାନ୍ତି । ତାଙ୍କୁ ଏହି ସମ୍ମାନରେ ସମ୍ବର୍ଦ୍ଧିତ କରାଯିବା ପରେ ହାଟଡିହି ବ୍ଲକର ଅନେକ ସ୍ୱେଚ୍ଛାସେବୀ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।


