ସ୍ୱେଚ୍ଛାସେବୀ ସଂଗଠନର କବରସ୍ଥାନ ସଫେଇ
ଜଟଣୀ (ଯୁଗାବ୍ଦ ନ୍ୟୁଜ୍) : ଜଟଣୀର ସ୍ୱେଚ୍ଛାସେବୀ ସଂଗଠନ ଓ କେତେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହଯୋଗରେ ଜଟଣୀ ମାଲ୍ଗୋଦାମ୍ ଛକଠାରେ ଥିବା ମୁସଲ୍ମାନ ସଂପ୍ରଦାୟଙ୍କ କବରସ୍ଥାନକୁ ସଫେଇ କରାଯାଇଛି । ସୂଚନାନୁସାରେ, ଜଟଣୀର ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ରେହେମତ୍ ଟ୍ରଷ୍ଟ’ ଏବଂ ରେତଙ୍ଗକଲୋନୀ ସ୍ଥିତ ମସଜିଦ୍ ହବିବିର ମୌଲାନାଙ୍କ ସହିତ କେତେକ ସଦସ୍ୟଙ୍କ ସହଯୋଗରେ ଟ୍ରଷ୍ଟ ଅଧ୍ୟକ୍ଷ ସୟଦ ଫୈଜୁଲାଙ୍କ ତତ୍ତ୍ୱାବଧାନରେ ଫାନିରେ କ୍ଷତିଗ୍ରସ୍ତ ଗଛପତ୍ର ଓ ଅଳିଆ ଆବର୍ଜନାରେ ଭର୍ତ୍ତିଥିବା ଏହି କବରସ୍ଥାନକୁ ସଫେଇ କରାଯାଇଛି । ସଫେଇ କାର୍ୟ୍ୟରେ ମକବୁଲ ଆଲମ୍, ଏଜାଜ୍ ସିଦ୍ଦିକି୍, ସେକ୍ ହାଇଦର ହବିବି, ଫଏଜାନ୍ ସିଦ୍ଦିକି୍, ସେକ୍ ଗୁଲାମ ମହମ୍ମଦ୍, ସୟଦ ଲିଆକତ୍ ଓ ସେକ୍ ସଲିମ ଉଦ୍ଦିନ୍ଙ୍କ ସହିତ ଅନ୍ୟମାନେ ଯୋଗ ଦେଇଥିଲେ । ପ୍ରତ୍ୟହ ରବିବାରରେ ପୂର୍ବରୁ ବିଭିନ୍ନ ଧର୍ମାନୁଷ୍ଠାନ ଗୁଡିକରେ ଉନ୍ନୟନ ମୂଳକ କାର୍ୟ୍ୟ କରି ଆସୁଥିବା ବେଳେ ଆଗକୁ ମଧ୍ୟ ବିଭିନ୍ନ ସ୍ଥାନ ଗୁଡିକରେ ଏହି କାର୍ୟ୍ୟ ବଳବତ୍ତର ରହିବ ବୋଲି ଟ୍ରଷ୍ଟ ଅଧ୍ୟକ୍ଷ ସୟଦ୍ ଫଏଜୁଲା କହିଥିଲେ ।