ସ୍ୱେଚ୍ଛାସେବୀ ସଂଗଠନର ରାଜ୍ୟସ୍ତରୀୟ ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍) : ଓଡିଶାର ଭିନ୍ନକ୍ଷମ ମାନଙ୍କ ସ୍ୱତନ୍ତ୍ର ବିଦ୍ୟାଳୟକୁ ଚଳାଉଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଏକ ରାଜ୍ୟସ୍ତରୀୟ ବୈଠକ ଛତ୍ରପୁର ସ୍ଥିତ ସମର୍ଥ ଅନୁଷ୍ଠାନରେ ଗତ ଦୁଇଦିନି ଧରି ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ପ୍ରାୟ ୪୦ ଜଣ ସ୍ୱେଚ୍ଛାସେବୀ ସଂଗଠନ ଯୋଗଦାନ କରଥିବା ବେଳେ ସେମାନଙ୍କ ସମସ୍ୟା ଗୁଡିକ ଉପରେ ଆଲୋଚନା କରାଯାଇଛି । ଉକ୍ତ ସମସ୍ୟା ଗୁଡିକୁ ସମୂହ ଭାବେ ସମାଧାନ କରିବା ନିମନ୍ତେ ଏକ ରାଜ୍ୟସ୍ତରୀୟ ସଂଗଠନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଓଡିଶା ସ୍ୱତନ୍ତ୍ର ବିଦ୍ୟାଳୟ ପରିଚାଳନା ସଂଘ ନାମରେ ଏକ ସଂଗଠନ ଗଠନ କରାଯାଇଥିଲା । ଏହି ସଂଘ ମାଧ୍ୟମରେ ମୁଖ୍ୟତଃ ତିନୋଟି ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା । ପ୍ରଥମ ଭାରତ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଆର୍.ପି.ଡବ୍ଲୁ.ଡି ଆକ୍ଟ ୨୦୧୬ ଅଧୀନରେ କାର୍ଯ୍ୟ କରୁଥିବାରୁ ଜେ.ଜେ.ଆକ୍ଟର ଆବଶ୍ୟକତା ନାହିଁ ବୋଲି ଭାରତ ସରକାର ସ୍ୱତନ୍ତ୍ର ବିଦ୍ୟାଳୟ ଗୁଡିକ ଜେ.ଜେ.ଆକ୍ଟ ୨୦୧୫ ମାନିବାକୁ ବାଧ୍ୟ କରିଥିବା ନିଷ୍ପତ୍ତିକୁ ଦୃଢ ବିରୋଧ କରିବା ସହ, ଭାରତ ସରକାରଙ୍କ ଭଳି ଓଡିଶାରେ ମଧ୍ୟ ଏହାକୁ ଉଚ୍ଛେଦ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବେ ବୋଲି ଏକ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଶେଷରେ ଭିନ୍ନକ୍ଷମ ପିଲାମାନଙ୍କୁ ଦିଆଯାଉଥିବା ମାସିକ ଅନୁଦାନକୁ ଅନ୍ୟୁନ ତିନି ହଜାରକୁ ବୃଦ୍ଧି କରାଯାଉ ବୋଲି ସଂଘ ପକ୍ଷରୁ ଦାବି ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ସମର୍ଥ ଅନୁଷ୍ଠାନର ସଂପାଦକ କେ.ଆନନ୍ଦ ରାଓ ପରିଚାଳନା କରିଥିବା ବେଳେ ବାଲେଶ୍ୱରର ଦିବାକର , କଟକରୁ ସୁଜତା ପଟ୍ଟନାୟକ, ସମ୍ବଲପୁରର ବ୍ରଜ ସୁନ୍ଦର ସାହୁ ଓ ଢେଙ୍କାନାଳର ପ୍ରଦ୍ୟୁମ୍ନ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ