ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ କମ୍ବଳ ,ବସ୍ତ୍ର ଓ ମିଷ୍ଟାନ୍ନ ବଣ୍ଟନ

ଯାଜପୁର, (ଯୁଗାବ୍ଦ ନ୍ୟୁଜ) : ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସୂର୍ଯ୍ୟଲୋକ ସମାଜ ସେବା ତରଫରୁ ଯାଜପୁର ତ୍ରିଲୋଚନଶ୍ୱର ମନ୍ଦିର ନିକଟରେ ଥିବା ତ୍ରିଲୋଚନ ପଡାର ବସ୍ତିରେ ଏକ କମ୍ବଳ ,ବସ୍ତ୍ର ଓ ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବସ୍ତିରେ ଥିବା ବହୁ ଗରିବ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରାଯିବା ସହ ଅନ୍ୟ ଗ୍ରାମବାସୀ, ପିଲାମାନଙ୍କୁ ବସ୍ତ୍ର ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସୂର‌୍ୟ୍ୟାଲୋକ ସମାଜସେବାର ସଦସ୍ୟ ମାନେ ବସ୍ତି ବାସିନ୍ଦା ମାନଙ୍କ ସହିତ ସେମାନ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକ ଉପରେ ଆଲୋଚନା କରିଥିଲେ ଏବଂ କିପରି ଭାବେ ଏହାର ସମାଧାନ କରାହେବ ସେ ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟଲୋକ ପରିବାର ପକ୍ଷରୁ ଦେବେନ୍ଦ୍ର ନାଥ ବଳ, ବସୁବନ୍ଧୁ ଦାସ, ଚନ୍ଦ୍ରନାରାୟନ ଦାସ, ନିରଞ୍ଜନ ସାହୁ, ସୁବାସ ଚନ୍ଦ୍ର ଦାସ, ମାନସ ରଞ୍ଜନ ତ୍ରିପାଠୀ, ଦେବୀପ୍ରସାଦ ପତି, ଅକ୍ଷୟ କୁମାର ସାହୁ,ଚକ୍ରଧର ସାହୁ, ଅମର ସାହୁ, ଶୈଳେନ୍ଦ୍ର ନାରାୟଣ ଦାସ,ମାନସ ରଞ୍ଜନ ଦାଶ,ଓ ପୂର୍ଣ୍ଣଚନ୍ଦ୍ର ପତି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ