ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସାହାଯ୍ୟ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଚନ୍ଦ୍ରଭାନୁପୁର ଗ୍ରାମର କାର୍ତ୍ତିକ ଜେନା(୬୫) ଅତ୍ୟନ୍ତ ଗରୀବ ଶ୍ରେଣୀର ହୋଇଥିବାବେଳେ ରୋଗାକ୍ରାନ୍ତ ଯୋଗୁ ସେ ଏବେ ଶଯ୍ୟାଶାୟୀ । ଏପରିକି ଚଲାବୁଲା କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡିବା ବେଳେ ତାଙ୍କ ପତ୍ନୀ ଭିକ୍ଷାବୃତ୍ତି ଆପଣାଇ ପରିବାର ପ୍ରତିପୋଷଣ କରୁଛନ୍ତି । ଏପରିସ୍ଥଳେ ସ୍ୱେଚ୍ଛାସେବୀ ସଂଗଠନ ଉମିଦ ପରିବାରର ସଦସ୍ୟମାନେ ଗ୍ରାମରେ ପହଞ୍ଚି କାର୍ତ୍ତିକ ଜେନାଙ୍କ ପରିବାରକୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଦାନ କରିଛନ୍ତି । ଏହା ସହିତ ଏକମାତ୍ର ଝିଅର ପାଠପଢା ସମ୍ପର୍କରେ ବିସ୍ତୁୃତ ଆଲୋଚନା ମଧ୍ୟ କରିଛନ୍ତି । ଅନୁରୂପ ଭାବେ ଫତେପୁର ଗ୍ରାମର ବାୟା ମୁଣ୍ଡା(୮୫) ଦୀର୍ଘଦିନ ହେବ ଶଯ୍ୟାଶାୟୀ ଥିବାବେଳେ ସେବାଗ୍ରୁପର ଆବାହକ ସ୍ୱେଦେଶ କୁମାର ପରିଡା ତାଙ୍କ ନିକଟରେ ପହଞ୍ଚି ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି । ଏହା ସହିତ ତାଙ୍କର େଓøଷଧ ଖର୍ଚ୍ଚ ଦେବା ପାଇଁ ମଧ୍ୟ ପ୍ରତିଶୃତି ଦେଇଛନ୍ତି । ଦୁଇ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଦାବି ଜଣାଛନ୍ତି ।


