ସ୍ୱେଚ୍ଛାସେବୀ ସଂଗଠନ ସୁରକ୍ଷା ମୁଖ୍ୟଙ୍କ ପରଲୋକ
ପାରଳାଖେମୁଣ୍ତି, (ତାରିଣୀ ପଣ୍ଡା): ଗଜପତି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସୁରକ୍ଷାର ମୁଖ୍ୟ ଏସ୍ .ମୋତିଲାଲ ରେଡ୍ଡୀଙ୍କ ନିଜ ପୁରୁଣାପାଟଣା ବାସଭବନଠାରେ ପରଲୋକ ହୋଇଯାଇଛି । ମ୍ରୁତ୍ୟୁ ବେଳକୁ ତାଂକର ୫୮ ବର୍ଷ ହୋଇଥିଲାା ଦୀର୍ଘ ଦୁଇ ଦଶନ୍ଧି ଧରି ଗଜପତି ଜିଲ୍ଲାର ବିଭିନ୍ନ ପଛୁଅ । ବ୍ଲକମାନଂକରେ ସୁରକ୍ଷା ସଂଗଠନ ମାଧ୍ୟମରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କରିଛନ୍ତି, ଯାହା ଜମିହୀନ ତଥା ସାଧାରଣ ଚାଷୀମାନଂକ ଜୀବିକାକୁ ପ୍ରଗତି କରିପାରିଛିା ନାବାର୍ଡ ସହାୟତାରେ ଉନ୍ନତି ମୂଳକ ଚାଷ ପଦ୍ଧତି ଦ୍ବାରା ସେମାନଂକୁ ଅ।ତ୍ମନିର୍ଭରଶୀଳ ଦେଇପାରିଛିା ସର୍ବୋପରି ନିର୍ବାଚିତ ତ୍ରିସ୍ତରୀୟ ପଂଚାୟତ ପ୍ରତିନିଧି ମାନଂକୁ ତାଲିମ ମାଧ୍ୟମରେ ଦକ୍ଷତା ବ୍ରୁଦ୍ଧି ଦିଗରେ ସହାୟତା କରିଥିଲୋ ତାଂକର ଅକାଳ ବିୟୋଗରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ମୁଖ୍ୟ ଡି.ଜଗନ୍ନାଥ ରାଜୁ,ଏ.ଜଗନ୍ନାଥ ରାଜୁ,ଦୂର୍ଗାମାଧବ ପଣ୍ଡା, ଏ. ଅାପାରାଓ,ଲିଂଗରାଜ ପାଣିଗ୍ରାହୀ, ସୁନୀଲ ପାତ୍ର,ମିନତୀ ପାଢୀ,ନଗେନ୍ଦ୍ର କୁମାର ନନ୍ଦୀ ଶୋକ ପ୍ରକାଶ କରିଛନ୍ତିା


