ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ କମ୍ବଳ ବଣ୍ଟନ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତର ସ୍ୱେଚ୍ଛାସେବୀ ସଂଗଠନ ‘ଗ୍ରାମୀଣ ଉନ୍ନୟନ ସଂସ୍ଥା’ ପକ୍ଷରୁ ବ୍ଲକ ସଦର ମହକୁମା ସମେତ ଆଖପାଖ ପଞ୍ଚାୟତର ଅସହାୟ, ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗ ମାନଙ୍କୁ ପ୍ରତିବର୍ଷ ପରି ଚଳିତ ବର୍ଷ କମ୍ବଳ ବଣ୍ଟନ କରାଯାଇଛି । ସଂସ୍ଥାର ସଭାପତି ଖଗେଶ୍ୱର ବିଶ୍ୱାଳଙ୍କ ତତ୍ତ୍ୱାବଧାନ ତଥା ସମାଜସେବୀ ସୁମନ କୁମାର ବିଶ୍ୱାଳ, ଡାକ୍ତର ମଳୟ ପ୍ରଧାନ, ଅଧ୍ୟାପିକା ଶୁଭଶ୍ରୀ ଜେନା, ସରକାରୀ କର୍ମଚାରୀ ରଣଜିତ ସାମଲ, ଶିକ୍ଷକ ଲକ୍ଷ୍ମୀଧର କାଣ୍ଡିଙ୍କ ଆର୍ଥିକ ସହାୟତାରେ ଏହି କମ୍ବଳ ବଣ୍ଟନ କରା ଯାଇଥିଲା । ବରିଷ୍ଠ କର୍ମକର୍ତ୍ତା ଶତ୍ରୁଘ୍ନ ପରିଡ଼ା, ଗୟାଧର ଜେନା, କୈଳାସ ବାରିକ, ରବିନ୍ଦ୍ରନାଥ ଓଝା, ସନ୍ତୋଷ କୁମାର ଗାହାଣ, ସମ୍ବିତ ପଣ୍ଡାଙ୍କ ସମେତ ଅନ୍ୟମାନେ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ