ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ କମ୍ବଳ ବଣ୍ଟନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଗ୍ରାମୀଣ ଉନ୍ନୟନ ସଂସ୍ଥା ପକ୍ଷରୁ ଧନିଓଝାର ଶାନ୍ତି ଯେନା, ଅଜାଣଗଡ଼ିଆର ସବିତା ଯେନା, ପୁରୁଷୋତ୍ତମପୁରର ପପି କାଣ୍ଡି, ବନ୍ତର ଶାନ୍ତି ଯେନା, ମାମୁନି ଯେନା, ଲକ୍ଷ୍ମୀ ରେଡ୍ଡି, ଚଣ୍ଡିପୁରର ମାତାଜୀ ଯେନା, ଡାଳିମ୍ବ ବେୱା, ସଖିପାଟଣାର ଜାଡ଼ି ଯେନା, ମହେନ୍ଦ୍ରନାଥ ପଣ୍ଡା, ପୋଡ଼ାପାଟଣାର ଶାନ୍ତିଲତା ଜେନା, କରଞ୍ଜପଡ଼ାର ପର୍ଶୁରାମ ସ୍ୱାଇଁ, ସିଲନ୍ଦିର କୁଞ୍ଜବିହାରୀ ସାହୁ, କୁଞ୍ଜଲତା ସାହୁ, ନରେନ୍ଦ୍ର ଶଙ୍ଖୁଆଙ୍କୁ କମ୍ବଳ ବଣ୍ଟନ କରା ଯାଇଛି । ଡାକ୍ତର ମଳୟ କୁମାର ପ୍ରଧାନ, ଶୁଭଶ୍ରୀ ଜେନା, ସତ୍ୟ ସମୀର ବିଶ୍ୱାଳ, ସୁମନ ବିଶ୍ୱାଳ, ପ୍ରଦୀପ୍ତ କୁମାର ଜେନା କମ୍ବଳ ବଣ୍ଟନରେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ପ୍ରକାଶ ଥାଉକି, ସଂସ୍ଥା ପକ୍ଷରୁ ପ୍ରତି ବର୍ଷ ବିଭିନ୍ନ ଗ୍ରାମ ପଞ୍ଚାୟତର ବୃଦ୍ଧ,ବୃଦ୍ଧା, ରୋଗୀ, ଦିବ୍ୟାଙ୍ଗ, ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଓ ମହିଳାମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥାଏ । ଗତ ୫ ବର୍ଷ ଧରି ସଂଗଠନର ପ୍ରତିଷ୍ଠାତା ଖଗେଶ୍ୱର ବିଶ୍ୱାଳ, ଶତୃଘ୍ନ ପରିଡ଼ା, ସମ୍ପାଦକ ସୁମନ କୁମାର ବିଶ୍ୱାଳ, ସଦସ୍ୟ ଗୟାଧର ଜେନା, ରବିନ୍ଦ୍ରନାଥ ଓଝା, ସମ୍ବିତ ପଣ୍ଡାଙ୍କ ସମେତ ଅନ୍ୟମାନେ ଏଭଳି କାର୍ଯ୍ୟ କରି ଆସୁଛନ୍ତି । ଏଥିସହ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ, ବିଭିନ୍ନ ମଠ ମନ୍ଦିର ସଫେଇ, ସାମଗ୍ରୀ ଯୋଗାଣ ଆଦି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଛି ।