ସ୍ୱେଚ୍ଛାସେବୀ ସଙ୍ଗଠନ ର ଲେମ୍ବୁ ଚାର ବଣ୍ଟନ କାର୍ଯ୍ୟକ୍ରମ
ଚୌଦ୍ଵାର, (ଦୀପକ୍ କୁମାର ବେଉରା) ଚୌଦ୍ଵାର ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ସ୍ବାମୀ ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ସଙ୍ଗଠନ ଓ ଓଡ଼ିଶା ସ୍ବରାଜ ଅଭିଯାନ ମିଳିତ ଆନୁକୁଲ୍ୟରେ ଏକ ଲେମ୍ବୁ ଚାର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି । ଉକ୍ତ କାର୍ଯ୍ୟକ୍ରମ ଶୀର୍ଷକ “ଘରେ ଘରେ ଲେମ୍ବୁ” ର ଶୁଭାରମ୍ଭ ଚୌଦ୍ଵାର ସ୍ଥିତ ଓଟିଏମ୍ ଛକ ଠାରେ ସଂଗଠନ ତରଫରୁ ଆୟଜିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ଓଡ଼ିଶା ସ୍ବରାଜ ଅଭିଯାନର ଆବାହକ ସୁଧାଂଶୁ ଶେଖର ଦେଓ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଅଞ୍ଚଳର ପ୍ରାୟ ଦୁଇ ଶହ ରୁ ଉର୍ଦ୍ଧ୍ବ ବାସିନ୍ଦାଙ୍କୁ ଏହି ଲେମ୍ବୁ ଚାର ବଣ୍ଟନ କରାଯାଇଥିଲା । ଆଗାମୀ ଦିନରେ ଏହି ଚାର ବଣ୍ଟନ କାର୍ଯ୍ୟକ୍ରମ ବ୍ୟାପକ କରାଯିବ ବୋଲି ସ୍ବାମୀ ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ସଙ୍ଗଠନ ସମ୍ପାଦକ ଅଶ୍ଵିନୀ କୁମାର ଜେନା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାପତି ଭାସ୍କର ଚନ୍ଦ୍ର ରାଉତ,ଭୀମସେନ ବିଶ୍ଵାଳ,ସୁରେଶ ରାଉତରାୟ,ଅମୁଲ୍ୟ ରାଉତରାୟ,ମାନସ ଖୁଣ୍ଟିଆ,ମାନସ ପରିଡ଼ା,ଚିନ୍ମୟ ବେହେରା,ରଞ୍ଜିତ କର, କାହ୍ନୁ ଚରଣ ଜେନା,ଭାସ୍କର ମହାପାତ୍ର,ଅନ୍ତର୍ଯ୍ୟାମୀ ସାହୁ,ନିରଞ୍ଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ।


