ସ୍ୱ୍‌ର୍ଗତ ବିଶ୍ୱନାଥ ପଟ୍ଟନାୟକ (ଆଜ୍ଞା)ଙ୍କ ୧୪ତମ ଶ୍ରାଦ୍ଧ ଦିବସ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ,ବନବାସୀ ସେବା ସମିତିର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ବିଶ୍ୱନାଥ ପଟ୍ଟନାୟକଙ୍କ (ଆଜ୍ଞା)ଙ୍କ୧୪ତମ ଶ୍ରାଦ୍ଧ ବାର୍ଷିକ ପାଳନ ହୋଇଯାଇଛି । ଅନୁଷ୍ଠାନର ସଭାଗୃହ ଠାରେ ଏକ ସବା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥୀ ଭାବେ ସରୋଜବାଳା ଆଚାର୍ଯ୍ୟ ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଡଃ ବିଭୁତି ଭୁଷଣ ଆଚାର୍ଯ୍ୟ,ସମ୍ମାନିତ ଅତିଥୀ ଭାବେ ଡଃ ମଧୁସୁଦନ ମହାପାତ୍ର ପ୍ରାକ୍ତନ ପ୍ରାଧ୍ୟାପକ. ଆଇନଜୀବୀ ସୁଧାଂଶୁ ମୋହନ ପତି,ନିର୍ମଳ ବାରିକ ଭାରପ୍ରାପ୍ତ ଅଧକ୍ଷ ଓଡିଶା ଆଦର୍ଶ ବିଦ୍ୟାଳୟ,ବାଲିଗୁଡା, ସରିତା ପଟ୍ଟନାୟକ,ପ୍ରିନସିପାଲ କାଉଁସିଲର କନ୍ଧମାଳ ଜିଲ୍ଲା ପରିବାର ଅଦାଲତ ଓ ସମିତିର ସମ୍‌ପାଦକ ଉତ୍ସବ ଚନ୍ଦ୍ର ଜେନା ପ୍ରମୁଖ ମଂଚାସୀନ ଥିଲେ ଓ ଆଜ୍ଞାଙ୍କ ସ୍ମୃତି କରିବା ସହ ଆଜ୍ଞାଙ୍କ ଜୀବନି ଉପରେ ଆଲୋଚନା କରିଥିଲେ । ସ୍ୱାଗତ ଭାଷଣ ସମିତିର ସହସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ଦେଇଥିଲେ ।ଶେଷରେ ବିଶ୍ୱଜିତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ