ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଶନିବାର ଅପରାହ୍ନରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଓ ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଓ ପରୀକ୍ଷା ନିୟନ୍ତ୍ରକ ପ୍ରାଧ୍ୟାପକ ରାମଚନ୍ଦ୍ର ପାତ୍ରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଷ୍ଟାଫ ଆସୋସିଏସନର ସଭାପତି ମେଜର ମନୋରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସଭା ଆରମ୍ଭରେ ଷ୍ଟାଫ ଆସୋସିଏସନର ସମ୍ପାଦକ ପ୍ରାଧ୍ୟାପକ ରଞ୍ଜିତ କୁମାର ଦାସ ସଭାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏଥିରେ ଅତିଥି ଭାବେ ଯୋଗ ଦେଇ ପରିଚାଳନା ସମିତି ସଦସ୍ୟ ପ୍ରଫେସର ଅଜୟ କୁମାର ସାମଲ ଉଭୟଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ଏହି ସଭାରେ ପ୍ରାଧ୍ୟାପିକା ଡଃ. ସୁଷମା ଶତପଥି, ଡଃ. ବାସନ୍ତୀ ଶୁକ୍ଳା, ଡଃ. ସୁଚିସ୍ମିତା ବେହେରା, ଡଃ. ଦୀପ୍ତି ରାୟ, ଡଃ. ରତ୍ନମଞ୍ଜରୀ ଦାସ, ପ୍ରାଧ୍ୟାପକ ରମାନାଥ ମହାନ୍ତି, ଡଃ. ଗୌତମ ଦାସ, ଡଃ. ପ୍ରଭାକର ମଲ୍ଲିକ, ଡଃ. ଦେବେନ୍ଦ୍ର ଗୋଛାୟତ, ଡଃ. ରେବତୀ କର, ମଧୁସ୍ମିତା ସିଂ, ସାଇନାଜ ଖାତୁନ, ଅଧ୍ୟାପକ ରାକେଶ ପ୍ରଧାନ, ବାଣିଜ୍ୟ ବିଭାଗ ମୁଖ୍ୟ ଜ୍ଞାନ ରଞ୍ଜନ ଦାସ, ଡଃ. ଆନନ୍ଦ ଚନ୍ଦ୍ର ନାୟକ, ସୁରେଶ ଚନ୍ଦ୍ର ଦାସ, ୱାଇ ପଦ୍ମାବତୀ, ପ୍ରମୋଦ ବେହେରା, ପୂର୍ବାଶା ପ୍ରିୟଦର୍ଶିନୀ, ବିଜ୍ଞାନଗାର ସହାୟକ କାନନ ବିହାରୀ ସାହୁ, ଅରବିନ୍ଦ ସାମଲ, ନିରାକାର ଜେନା, ଦପ୍ତରିକ ମୁଖ୍ୟ ରଞ୍ଜନ ସାମଲ ପ୍ରମୁଖ ଉଭୟଙ୍କ କାର୍ଯ୍ୟାବଳୀ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରାଧ୍ୟାପିକା ଅନ୍ନପୂର୍ଣ୍ଣା ସୁଆର ଓ ପ୍ରାଧ୍ୟାପକ ତପନ କୁମାର ପତି ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ । କଲେଜ ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ଶ୍ରୀ ପାତ୍ର ଓ ଅଧ୍ୟକ୍ଷଙ୍କ ସହିତ ତାଙ୍କ ନିବିଡ ସମ୍ପର୍କ ଉପରେ ବକ୍ତବ୍ୟ ରଖିଥିଲେ । ଅଧ୍ୟାପକ ଶ୍ରୀ ପାତ୍ର ଓ ଅଧ୍ୟକ୍ଷ ଡଃ. ତ୍ରିପାଠୀଙ୍କ ସମ୍ପର୍କରେ ବକ୍ତାମାନେ ଉଚ୍ଚକୋଟିର ଅଭିଭାଷଣ ରଖିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ଅଧ୍ୟାପକ ପାତ୍ର କହିଥିଲେ ଯେ ଛାତ୍ର ଜୀବନରୁ କିପରି ସେ ବାମପନ୍ଥୀ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇଥିଲେ ଏବଂ ଏ କଲେଜର ଛାତ୍ର ଭାବରେ ଓ ଅଧ୍ୟାପକ ଭାବେ ତାଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଥିଲା ତାହାକୁ ସେ ସୁଚାର ରୂପେ ସମ୍ପାଦନ କରିଛନ୍ତି ଓ ସମ୍ବର୍ଦ୍ଧନାରେ ସେ ଅଭିଭୁତ ବୋଲି କହିଥିଲେ । ଅଧ୍ୟକ୍ଷ ଡଃ. ତ୍ରିପାଠୀ କହିଥିଲେ ଯେ ସେ ଏହି କଲେଜର ବିକାଶ ପାଇଁ ଯାହାସବୁ କରିଛନ୍ତି ତାହା ସହକର୍ମୀମାନଙ୍କ ସହଯୋଗ ଓ ପରିଚାଳନା ସମିତିିର ନିର୍ଦ୍ଦେଶରେ କରିଛନ୍ତି । ପ୍ରଶାସନିକ କ୍ଷେତ୍ରରେ ମତଭେଦ ଅବଶ୍ୟ ଘଟିଥାଇ ପାରେ କିନ୍ତୁ ତାହା ଆମ ସମ୍ପର୍କରେ ବ୍ୟାଘାତ ସୃଷ୍ଟି କରିନାହିଁ । ଏହି ସଭାରେ ମହାବିଦ୍ୟାଳୟର ମୁଖପତ୍ର ‘ବଳୟ’ ଓ କେନ୍ଦ୍ରାପଡା କଲେଜ ଇତିହାସ ସମ୍ପର୍କିତ ପୁସ୍ତକ ‘ଶିକ୍ଷା କୋଣାର୍କ’ ଓ ବାଣିଜ୍ୟ ବିଭାଗର ଅଧ୍ୟାପକ ଡଃ. ସୁରେଶ ଦାସ, ଜ୍ଞାନ ରଞ୍ଜନ ଦାସଙ୍କ ଦ୍ୱାରା ଲିଖିତ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଶେଷରେ ଆସୋସିଏସନର ସହ ସମ୍ପାଦକ ଡଃ. ଦେବକାନ୍ତ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।