ସ୍ୱୟଂସହାୟକ ଗୋଷ୍ଠୀର ମହିଳା ବିକୁଛନ୍ତି ମାଛ
ଛତ୍ରପୁର, (ଓ୍ୱାଇଏନ୍ଏସ୍): କରୋନାର ମୁକାବିଲା ପାଇଁ ବିଭିନ୍ନ କ୍ଷେତ୍ରରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି । କେଉଁଠି ସେମାନେ ମାସ୍କ ତିଆରି କରୁଛନ୍ତି ତ ଆଉ କେଉଁଠି ସଙ୍ଗରୋଧ ଗୃହରେ ଖାଦ୍ୟ ରାନ୍ଧି ଅନ୍ତେବାସୀ ମାନଙ୍କୁ ପ୍ରଦାନ କରୁଛନ୍ତି । ଆଉ ଏବେ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମାଛ ବିକ୍ରି କରିବାର ଦାୟିତ୍ୱ ମୁଣ୍ଡାଇଛନ୍ତି ଏହି ଗ୍ରୁପ୍ ର ମହିଳାମାନେ । ଭଂଜନଗର ବ୍ଲକ୍, ଦଦରାଲୁଣ୍ଡା ଗ୍ରାମପଂଚାୟତ ଅନ୍ତର୍ଗତ ଦୁର୍ଗାପ୍ରସାଦ ଗ୍ରାମର ନବଜୀବନ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ମାଛ ବିକ୍ରି କରୁଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଟୁଇଟ୍ କରି ଜଣାଇଛନ୍ତି ।


