ସ୍ୱୟଂ ସହାୟକ ଗୋଷ୍ଠି ପକ୍ଷରୁ ପାର୍କରେ ବୃକ୍ଷରୋପଣ

ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା) : କନ୍ଧମାଳ ଜିଲା ଚକାପାଦ ବ୍ଳକ ବସ୍ତିଙ୍ଗିଆରେ ଠାରେ ସରକାରୀର ଅନୁଦାରେ ନିର୍ମାଣ ହେଉଥିବା ଏକ ପାର୍କକୁ ଜଣେ ବ୍ୟକ୍ତି ନିଜକୁ ଭୁୂମିହୀନ ଦର୍ଶାଇ ପାର୍କ ନିର୍ମାଣ ହେଉଥିବା ସରକାରୀ ଜମିକୁ ହାତେଇ ନେବା ଘଟଣା ଦିନକୁ ଦିନ ଭିନ୍ନ ମୋର୍ଡ଼ ନେଉଛି । ଗତ ଦିନରେ ଉକ୍ତ ଜମିକୁ ନେଇ ମାମଲା ଥାନାରେ ପହଁଚିଥିବା ବେଳେ ଗାନ୍ଧୀଜୟନ୍ତି ଅବସରରେ ବସ୍ତିଙ୍ଗିଆ ଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ଗ୍ରାମସଭାରେ ଉକ୍ତ ପାର୍କକୁ ଉଦ୍‌ଘାଟନ ନେଇ ନିଷ୍ପତି ନିଆଯିବା ସହିତ ଆଦିବାସୀ ପରମ୍ପରା ପ୍ରକାରେ ପୂଜାରୀ (ଜାନୀ)ଙ୍କ ଦ୍ୱାରା ପୂଜାପାଠ କରିବାପରେ ତାହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଯାଇଛି । ଗୁରୁବାର ବସ୍ତିଙ୍ଗିଆ ପଂଚାୟତ ମହିଳା ସଂଘର ପ୍ରାୟ ୩୨ଟି ସ୍ୱୟଂ ସହାୟକ ଗୋଷ୍ଠିର ଶହ ଶହ ମହିଳା ସାମିଲ୍ ହୋଇ ଉକ୍ତ ପାର୍କକୁ ସଫା କରିବା ସହିତ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଛନ୍ତି । ଉକ୍ତ ପାର୍କକୁ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ମହିଳା ସଂଘ ମାନଙ୍କ ପକ୍ଷରୁ ନିଷ୍ପତି ନିଆଯିବା ସହିତ ଆସନ୍ତା ୧୫ ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ ଉକ୍ତ ଜମିକୁ ଚଞ୍ଚକତା କରି ହଡ଼ପ କରିଥିବା ବ୍ୟକ୍ତଙ୍କ୍ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବାଧ୍ୟ ହୋଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି । ସେହିଭଳି ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁଲିସ୍ ଚୁପ୍ ହୋଇ ବସିଥିବା ସ୍ଥାନୀୟ ସରପଂଚ ନଳିନି କହଁର ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଜି ଅନୁଷ୍ଠିତ ବୃକ୍ଷ ରୋପଣ ଓ ସଫେଇ ସହିତ ସୌନ୍ଦ୍ୟର୍ଯ୍ୟ କାର୍ଯ୍ୟକ୍ରମରେ ମଦର ଟେରସା ଦଳର ସଭାପତି ରେଣୁକା ଦିଗାଲ ମା ବ୍ୟାଘ୍ରଦେବୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଭାପତି ରୁକୁମା ଦିଗାଲ , ଅଲୋକ ଗୃପ୍ ର ସଭାପତି ଲିଲିମା ଦିଗାଲ , ସମେତ ବସ୍ତିଙ୍ଗିଆ ଉନ୍ନୟନ ପରିଷଦର ବହୁ ସଦସ୍ୟମାନେ ସାମିଲ୍ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ