ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ତାଲିମ ପ୍ରଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ଗୋଷାଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ବ୍ଲକ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାର ଦୁଇଗୋଟି ବ୍ଲକ ଯଥା ଗୋଷାଣୀ ଓ ରାୟଗଡ ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଧାନ ସଂଗ୍ରହ ନିମନ୍ତେ ତାଲିମ ପ୍ରଦାନ କରାଯାଇଥିବାର ଜଣାପଡିଛି । ଏହି ତାଲିମ ଶିବିରରେ ଜିଲ୍ଲା ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀ, ଗୋଷାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳମାଧବ ମାଝୀ, ଯୋଗଦେଇ ମହିଳା ଗୋଷ୍ଠୀ ସଦସ୍ୟାମାନଙ୍କୁ ଧାନ ମଣ୍ଡି ପରିଚାଳନା, ଧାନ ସଂଗ୍ରହ ଓ ଅନଲାଇନରେ କିପରି ଆବେଦନ କରିବେ ସେନେଇ ପୁଙ୍ଖାନୁ ପୁଙ୍ଖ ଭାବେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମକୁ ଗୋଷାଣୀ ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ଲାବନ ରଇତ, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ରଶ୍ମିରଞ୍ଜନ ସେଠୀ, ରାୟଗଡ ବ୍ଲକ ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ଅମୃତ କୁମାର ପରିଚ୍ଛା ପ୍ରମୁଖଙ୍କ ସମେତ ଜିଲ୍ଲା ଯୋଗାଣ ବିଭାଗର ସହକାରୀ ଯୋଗାଣ ଅଧିକାରୀ ଶତ୍ରୁଘ୍ନ ଗିରି, ମାନସ ରଂଜନ ପାତ୍ର ପ୍ରମୁଖ ଯୋଗଦେଇ ଅନଲାଇନରେ ପଞ୍ଜିକରଣ ଓ ଧାନ ସଂଗ୍ରହ ଏବଂ ମଣ୍ଡି ପରିଚାଳନାକୁ ନେଇ ବିଭିନ୍ନ ତାଲିମ ଦେଇଥିଲେ ।