ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ଋଣମେଳା।

କଟକ,(ଦୀପକ୍ କୁମାର ବେଉରା): ଜିଲ୍ଲା ମିଶନ ଶକ୍ତି ଓ ଅଗ୍ରଣୀ ବ୍ୟାଙ୍କ କଟକଙ୍କ ମିଳିତ ଅନୁକୁଲ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଆର୍ଥିକ ସହାୟତା ନିମନ୍ତେ ଆଜି ଏକ ବିଶାଳ ଋଣ ମେଳା ସ୍ଥାନୀୟ ମହାନଦୀ ବିହାରସ୍ଥିତ ମହାନଦୀ ଭବନ ଠାରେ ଅତିଥି ଭାବରେ ଯୋଗ ଦେଇଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଖଣ୍ଡାୟତରାୟ, ପ୍ରକଳ୍ପ ନିର୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ସି ଏମ ସି କମିଶନର ଅନନ୍ୟା ଦାସ,ଏଲ ଡି ଏମ ରାଜେଶ ବେହେରା,ଏ ଜିଏମ, ଏସ ଏଲ ବି ସି ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିରୂପମା ବେହେରାଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାୟୀ ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଥିଲା Iଚଳିତ ବର୍ଷ ଜାନୁଆରୀ ୧ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର କ୍ୟାମ୍ପେନ ମାଧ୍ୟମରେ ୨୦୯୪ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୪୩.୦୪ କୋଟି ଟଙ୍କା ପ୍ରଦାନ କରାଯାଇଥିଲା ।ଉତ୍କର୍ଷ ପ୍ରଦର୍ଶନ କରିଥିବା ବାଙ୍କ, ବ୍ଲକ ମିଶନ ଶକ୍ତି ସଂଯୋଜକ, ଓଡିଶା ଜୀବିକା ମିଶନ କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା. ଉକ୍ତ ବିଶାଳ ଋଣ ମେଳାରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟମାନେ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ , ବ୍ଲକ ମିଶନ ଶକ୍ତି ସଂଯୋଜକ, ବ୍ୟାଙ୍କ ଅଧିକାରୀ, ଓଡିଶା ଜୀବିକା ମିଶନ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ I ସୁଶ୍ରୀ ସୌମ୍ୟା ଦାଶ, ବ୍ଲକ ମିଶନ ଶକ୍ତି ସଂଯୋଜିକା ନିଆଳି ମଞ୍ଚ ପରିଚାଳନା କରିଥିବା ବେଳେ ସ୍ଵାଗତିକା ପରିଡା,ଜିଲ୍ଲା ମିଶନଶକ୍ତି ସଂଯୋଜିକା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ବନାଜାବଲ୍ଲି ଦେବୀ, ଡି ଏମ ଏସ ସି ଧନ୍ୟବାଦ ଅର୍ପଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ