ସ୍ୱୟଂ ସିଦ୍ଧାଙ୍କୁ ବିପର୍ଯ୍ୟୟ ମୁକାବିଲା ଉପରେ ତାଲିମ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) ; ବନ୍ୟା ବାତ୍ୟା କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରୀ ଧନ ଜୀବନସୁରକ୍ଷା କରାଯାଇପାରିବ ସେଥିପ୍ରତି ଜିଲ୍ଲାପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ କାର୍ଯ୍ୟକରିଆସୁଛନ୍ତି । ତେବେ ଏହି କାର୍ଯ୍ୟଗୁଡିକରେ ମହିଳାମାନଙ୍କୁ ମଧ୍ୟ ସାମିଲ କରାଯାଇଛି । ମହିଳା ମାନେ ପୁରୁଷ ମାନଙ୍କ ଭଳି ସମସ୍ତ କାର୍ଯ୍ୟ କରିପାରିବେ । ଏନେଇ ମହିଳା ସ୍ୱୟଂସହାୟିକ ଗୋଷ୍ଠୀ ମାନଙ୍କୁ ନେଇ ଜିଲ୍ଲାରେ ସ୍ୱୟଂ ସିଦ୍ଧା ଗଠନ ହୋଇଛି । ଅକ୍ଟୋବର ୨୯ତାରିଖରେ ଓଡିଶା ବିପର୍ଯ୍ୟୟ ପ୍ରଶମନ ଦିବସ ଓ ଜାତୀୟ ବିପର୍ଯ୍ୟୟ ନିରାକରଣ କାର୍ଯ୍ୟକ୍ରମ ଛତ୍ରପୁରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ସ୍ୱୟଂ ସିଦ୍ଧା ପକ୍ଷରୁ ବିଭିନ୍ନ ସମର କୈାଶଳ ପ୍ରଦର୍ଶନ କରାଯିବ । ସେଥି ନିମନ୍ତେ ଆଜି ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟ ପରିସରରେ ଛତ୍ରପୁର ବ୍ଲକର ୧୫ଟି ମହିଳା ସ୍ୱୟଂ ସହାୟିକ ଗୋଷ୍ଠୀ ସଦସ୍ୟର ସମୁଦାୟ ୫୦ଜଣ ମହିଳା ମାନଙ୍କୁ ଧରି ସ୍ୱୟଂ ସିଦ୍ଧା ଉପରେ ପ୍ରଶିକ୍ଷଣ ଦିଆଯାଇଛି । ଏହି ପ୍ରଶିକ୍ଷଣ ଓଡ୍ରାଫ ପକ୍ଷରୁ ଅଷ୍ଟମ ବାଟାଲିଏନର ମେଜର ମୋହନ ରାଉତ ପ୍ରଦାନ କରିଛନ୍ତି । ବନ୍ୟା /ବାତ୍ୟା ସମୟରେ କିପରୀ ମୃତ ଆହାତ ମାନଙ୍କୁ ଉଦ୍ଧାର କରାଯିବ, ଆଶୁ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସରେ କିପରୀ ନିଆଯିବ , ଆସ୍କା ଲାଇଟ କିପରୀ ବ୍ୟବହାର କରାଯିବ, ରାସ୍ତାର ପଡିଥିବା ଗଛ ଡାଳ କିପରୀ କଟାଯିବ ଏବଂ କାନ୍ଥ କଣା କରିବା ସହ ଲୋକମାନଙ୍କୁ କିପରୀ କାନ୍ଦରେ ବୋହି ରସି କିମ୍ବା ଲିସୁଣୀ ମାଧ୍ୟମରେ ଉଠାଯାଇପାରିବ ତାଉପରେ ତାଲିମ ପ୍ରଦାନ କାରଯାଇଛି । ଜିଲ୍ଲାରେ ପାଇଲେଟ ବେସିସରେ ଛତ୍ରପୁର , ରଙ୍ଗେଇଲୁଣ୍ଡା, ଚିକିଟି ଓ ଗଂଜାମ ବ୍ଲକ ର ୫୦ଜଣ ଲେଖାଏଁ ମହିଳା ମାନଙ୍କୁ ନେଇ ଟ୍ରେନିଂ ପ୍ରଦାନ କରାଯାଉଛି । ସଡମାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଭୂ ପ୍ରସାଦ ମହାରଣ ମଧ୍ୟ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ