ସଢ଼ା ଓ ଡଅଁରରେ ଶାନ୍ତପୁର୍ଣ୍ଣ ନିର୍ବାଚନ
ହାଟଡିହି, (ବିକାଶ ବିଶ୍ୱାଳ) :-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକରେ ଥିବା ୪ଟି ସମବାୟ ସମିତିରେ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଛି । ସଢ଼ା, ଡଅଁର, ବାଙ୍ଗୋର ଓ ସୋସୋ ସମବାୟ ସମିତିରେ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସଢ଼ା ସମବାୟ ସମିତି ଓ ଡଅଁର ସମବାୟ ସମିତିରେ ଶାନ୍ତପୁର୍ଣ୍ଣ ଭାବେ ମତଦାନ ସମ୍ପୁର୍ଣ୍ଣ ହୋଇଛି । ସଢ଼ା ସମବାୟ ସମିତିରେ ୧୧ଟି ପଦବୀ ପାଇଁ ୨୩ଜଣ ପ୍ରାର୍ଥୀ ନିର୍ବାଚନ ପ୍ରତିଦ୍ୱନ୍ଦିତା କରିଥିବାବେଳେ ସୋସୋ ସମିତିରେ ୨ଟି ପଦବୀ ପାଇଁ ୪ଜଣ ପ୍ରତିଦ୍ୱନ୍ଦିତା କରୁଥିଲେ । ସେହିପରି ବାଙ୍ଗୋର ସେବା ସମବାୟ ସମିତିର ୬ଟି ଆସନ ପାଇଁ ୧୫ଜଣ ପ୍ରାର୍ଥୀ ପ୍ରତିନ୍ଦିତା କରୁଥିଲେ । ସେହିପରି ଡଅଁର ସମବାୟ ସମିତିରେ ୧୨ଟି ପଦବୀ ପାଇଁ ୨୬ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତିର୍ଣ୍ଣ ହୋଇଥିଲେ । ସଢ଼ା ସମବାୟ ସମିତିରେ ବିଶିଷ୍ଟ ଶିଳ୍ପପତି ଅଲେଖ ମଲ୍ଲିକ ବିଜୟୀ ହୋଇଥିବାବେଳେ କାହ୍ନୁ ହୋ, ଖୁଲଣା ରାଉତ, ଅନିରୁଦ୍ଧ ଜେନା, ବନମାଳୀ ଦାଶ, ଶ୍ରୀଧର ଜେନା, ସନ୍ତୋଷ କୁମାର ଜେନା, ପ୍ରଭାତ ରାଉତ, ସୁଶାନ୍ତ ସାହୁ, କମଳା ପାତ୍ର, ଅନୁପା ମାଝୀ ବିଜୟୀ ହୋଇଛନ୍ତି । ସେହିପରି ଡଅଁର ସେବା ସମବାୟ ସମିତିରେ କିଶୋର ଜେନା, ବିମଳ ପାତ୍ର, ସୁରେନ୍ଦ୍ର କାଣ୍ଡି, ଜୁଗଳ କିଶୋର ଦାସ, ଅକ୍ଷୟ ଧଳ, ବିଦ୍ୟାଧର ଜେନା, ଲକ୍ଷ୍ମୀପ୍ରୀୟା ନାୟକ, ବେଣୁଧର ଜେନା, ଅହଲ୍ୟା ଜେନା, କାର୍ତ୍ତିକେଶ୍ୱର ଖଣ୍ଡେଇ, ପର୍ଶୁରାମ ସେଠୀ ପ୍ରମୁଖ ନିର୍ବାଚିତ ହୋଇଥିବାବେଳେ ପୁର୍ବରୁ ରଙ୍ଗାଧର ମଲ୍ଲିକ, ବିନୋଦ ବିହାରୀ ବେହେରା, ଅମରବର ସେଠୀ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ସେହିପରି ସୋସୋରେ ଲକ୍ଷ୍ମଣ କୁମାର ମହାପାତ୍ର, ସିଙ୍ଗା ହୋ ନିର୍ବାଚିତ ହୋଇଛନ୍ତି । ସେହିପରି ବାଙ୍ଗୋରରେ ରବିନ୍ଦ୍ର ମହାନ୍ତି, ଅର୍ଜୁନ ନାଇକ, କୃଷ୍ଣଚନ୍ଦ୍ର ପାତ୍ର, ପ୍ରହଲାଦ ରାଉତ, ଜୟକୃଷ୍ଣ ସାହୁ, ରଞ୍ଜିତା ଗିରି ପ୍ରମୁଖ ବିଜୟୀ ହୋଇଛନ୍ତି ।