ସଢ଼ା ପଞ୍ଚାୟତ ଦୁର୍ନ୍ନୀତିର ତଦନ୍ତ କଲା ଭିଜିଲାନ୍ସ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ସଢ଼ା ପଞ୍ଚାୟତରେ ବିଭିନ୍ନ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଭିଜିଲାନସ ବିଭାଗରେ ଅଭିଯୋଗ ହେବାପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହାର ତଦନ୍ତ ଆରମ୍ଭ କରାଯାଇଛି । ବାଲେଶ୍ୱର ଭିଜିଲାନ୍ସ ବିଭାଗର ଡିଏସପି ଡିସି ମୁର୍ମୁ, ଇନସିପେକ୍ଟର ଦୁଷ୍ମନ୍ତ କୁମାର ନାୟକ ପ୍ରମୁଖ ଦୁଇଦିନ ହେଲା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ ହୋଇଥିବା ବିଭିନ୍ନ କାର୍ଯ୍ୟର ଫାଇଲ  ସବୁ ଦେଖିବାସହ ନାହା, ସଢ଼ା, ମଉଦା, ବରଗଡିଆ ଆଦି ଗ୍ରାମରେ ହୋଇଥିବା ପ୍ରକଳ୍ପ ସ୍ଥାନକୁ ଯାଇ ତଦନ୍ତ କରିଛନ୍ତି । ଏପରିକି ଭିଜିଲାନ୍ସ ତଦନ୍ତ ସମୟରେ ପଞ୍ଚାୟତ କର୍ତ୍ତୁପକ୍ଷ ତଦନ୍ତରେ ସହଯୋଗ କରୁନଥିବା ଓ କିଛି ସ୍ଥାନରେ ତଦନ୍ତକାରୀ ଅଫିସରଙ୍କୁ ଗାଳି ଗୁଲଜ କରାଯାଉଥିବା ଅଧିକାରୀ ମାନେ କହିଛନ୍ତି । ସେହିପରି ଏହି ପଞ୍ଚାୟତର ଶୀଳପୋଖରୀ ଗାଁରେ ୧୨ଜଣ ହିତାଧିକାରୀଙ୍କ ଘର ସମ୍ପୁର୍ଣ୍ଣ ହୋଇନଥିବା ବେଳେ ସେମାନଙ୍କ ଘର ପୁର୍ଣ୍ଣାଙ୍ଗ ହୋଇଥିବା ଦର୍ଶାଯାଇ ସମ୍ପୁର୍ଣ୍ଣ ବିଲ କରାଯାଇ ଉଠାଯାଇଥିବା ଅଭିଯୋଗର ତଦନ୍ତ କରାଯାଇ ନାହିଁ ବୋଲି ସ୍ଥାନୀୟ ଲୋକମାନେ ଅଭି ଯୋଗ କରିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଉକ୍ତ ପଞ୍ଚାୟତରେ ମନରେଗା ଯୋଜନା ଓ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ କିଛି ବ୍ୟକ୍ତି ଲୋକାୟୁକ୍ତରେ ଅଭିଯୋଗ କରିବାସହିତ ଭିଜିଲାନସରେ ମଧ୍ୟ ଅଭିଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ