ସଢ଼ା ପଞ୍ଚାୟତ ବରଗଡିଆରେ ଶିଶୁ ଉଦ୍ୟାନ ଉଦଘାଟିତ

ହାଟଡ଼ିହି,(ବିକାଶ ବିଶ୍ୱାଳ): ହାଟଡି ବ୍ଲକ ସଢ଼ା ପଞ୍ଚାୟତର ବରଗଡିଆ ଗ୍ରାମରେ ପଞ୍ଚାୟତ ପକ୍ଷରୁ ନିର୍ମାଣ କରାଯାଇଥିବା ବିଶେଶ୍ୱର ଶିଶୁପାର୍କ ଉଦଘାଟିତ ହୋଇଯାଇଛି । ଆଜି ସଢ଼ା ପଞ୍ଚାୟତ ବରଗଡିଆ ଗ୍ରାମରେ ନବ ନିର୍ମିତ ବିଶେଶ୍ୱର ଶିଶୁପାର୍କର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଯନ କରିବା ସହିତ ଏକ ପରିତ୍ୟକ୍ତ ସ୍ଥାନରେ ଯେପରି ଭାବେ ଏହି ସୁଦୃଶ୍ୟ ଶିଶୁ ଉଦ୍ୟାନ କରାଯାଇ ପାରିଛି ତାହା ଅତ୍ୟନ୍ତ ଆକର୍ଶଣୀୟ ହୋଇଛି । ଯଦି ଅନ୍ୟ ପଞ୍ଚାୟତ ମାନଙ୍କରେ ଏହିପରି ଶିଶୁଉଦ୍ୟାନ କରାଯାଇ ପାରନ୍ତା ତେବେ ସବୁ ଗ୍ରାମାଞ୍ଚଳର ଶିଶୁମାନେ ସହର ଭଳି ପାର୍କର ମଜା ଉଠାଇ ପାରନ୍ତେ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ହାଟଡିହି ବିଡିଓ ଜୟଦେବ ଦାସ, ସଢ଼ା ପଞ୍ଚାୟତର ସରପଞ୍ଚ ଜୟନ୍ତୀ ସାମଲ, ସହକାରୀଯନ୍ତ୍ରୀ ନନିନ୍ଦ୍ରନାଥ ନାୟକ, କନିଷ୍ଠଯନ୍ତ୍ରୀ ଜ୍ୟୋତି ରଞ୍ଜନ ସାମନ୍ତରାୟ, କନିଷ୍ଠଯନ୍ତ୍ରୀ ସୁକାନ୍ତ ନାୟକ, କନିଷ୍ଠଯନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ସାହୁ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ସମାଜସେବୀ ବୈଦ୍ୟନାଥ ସାମଲ ପ୍ରମୁଖ ଯୋଗଦେଇଥିଲେ । ଏହି ପଞ୍ଚାୟତରେ ଏହିପରି ଆଉ ତିନୋଟି ଶିଶୁ ଉଦ୍ୟାନ କରାଯାଇଛି ଓ ଏଗୁଡିକର କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି ବୋଲି କନିଷ୍ଠଯନ୍ତ୍ରୀ ସୁଚନା ଦେଇଥିଲେ । ଗ୍ରାମବାସୀମାନେ ଏହାର ସୁରକ୍ଷା ଦାୟିତ୍ୱ ହାତକୁ ନେବାକୁ ବିଡିଓ ଶ୍ରୀଯୁକ୍ତ ଦାସ ଗ୍ରାମବାସୀଙ୍କୁ ଆହ୍ନାନ ଦେଇଥିଲେ । ଏପରି ଏକ ଶିଶୁ ଉଦ୍ୟାନର ପରିକଳ୍ପନା ପାଇଁ ସମାଜସେବୀ ବୈଦ୍ୟନାଥ ସାମଲ ଓ ସରପଞ୍ଚ ଜୟନ୍ତୀ ସାମଲଙ୍କୁ ଅତିôତମାନେ ପ୍ରସଂଶା କରିଥିଲେ । ପଞ୍ଚାୟତର ଜିଆରଏସ ଅନନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ