ସଢ଼ା ରାଜସ୍ୱ ବିଭାଗ କାର୍ଯ୍ୟାଳୟ ନାକତଳୁ ମୋରମ ଚେରା ଚାଲାଣ

ହାଟଡିହି, (ବିକାଶ ବିଶ୍ୱାଳ) :-ସଢ଼ା ରାଜସ୍ୱ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର କେତେଶହ ମିଟର ଦୁରରେ ଥିବା ଝଣଝଣା ନିକଟରୁ ବ୍ୟାପକ ମୋରମ ଚୋରା ଚାଲାଣ ହେଉଛି । ପ୍ରଶାସନ ଏବ ବାଦରେ ଜାଣି ମଧ୍ୟ ନୀରବ ରହିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି । ଖବରରୁ ଜଣାଯାଇଛି ଯେ ସଢ଼ା ରାଜସ୍ୱ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ ତିଶହ ମିଟର ଦୁରରେ ରହିଛି ଝଣଝଣା ଗ୍ରାମ । ଏହି ଝଣଝଣା ମୌଜାରେ ପୁର୍ବରୁ ମୋରମ କ୍ୱାରୀ ଥିବାବେଳେ ଏବେ କାହାକୁ ଲିଜ ଦିଆଯାଇ ନାହିଁଁ । କିନ୍ତୁ କିଛି ମୋରମ ମାଫିଆ ନିୟମିତ ରାତିରେ ଏଠାରେ ମୋରମ ଉତ୍ତୋଳନ କରି ଶହଶହ ଟ୍ରିପ ବାହାରକୁ ଚୋରା ଚାଲାଣ କରୁଛନ୍ତି । ଯାହାଦ୍ୱାରାକି ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱହାନୀ ଘଟୁଛି । କିଛି ମାଫିଆ ଉନ୍ନୟନ କାର୍ଯ୍ୟ ନାମରେ ଭିନ୍ନ ଭିନ୍ନ କମ୍ପାନୀ ନାମରେ ମାସିକିଆ ମୋରମ ଲିଜ ନେଇ ଚଲାଉଥିବା ବେଳେ ତାହା ମାର୍ଚ୍ଚ ୩୧ତାରିଖରୁ ଅନୁମତି ସରିଯାଇଥିଲେବି ତାହାକୁ ଖାତିର ନକରି ଏବେବି ମୋରମ ଚାଲାଣ କରୁଛନ୍ତି । ଗତ କିଛିଦିନ ତଳେ ସୁନ୍ଦରାପାଳ ଛକରେ ଏହି ମୋରମ ଚୋରା ଚାଲାଣକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପରେ ସୋସୋ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । କିନ୍ତୁ ଗୋଟିଏ ବି ଟ୍ରକକୁ ଜବଦ କରିପାରି ନଥିଲା । ଏବେ ବିଶେଷକରି ଶନିବାର, ରବିବାର ଓ ଅନ୍ୟ ଛୁଟି ଦିନମାନଙ୍କରେ ଅଧିକ ଚୋରା ଚାଲାଣ ହେଉଛି । ଏ ସମ୍ପର୍କରେ ତହସିଲ କର୍ତ୍ତୁପକ୍ଷଙ୍କୁ ପଚାରିବାରେ ଏବେ କେଉଁଠି ମୋରମ ଲିଜ ଦିଆଯାଇ ନାହିଁ, ଯଦି କେହି ଚୋରାରେ ନେଉଥିବେ, ତେବେ ଧରପଗଡ ହେବ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ